ଶାଶୁ-ନଣନ୍ଦ ନବବିବାହିତାର କଲେ କୁମାରୀତ୍ୱ ପରୀକ୍ଷା, ବାପାଙ୍କ ମୁଣ୍ଡରେ ହାତ ଦେଇ ସତ କହିଲା ଝିଅ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଶାଶୁ ଓ ନଣନ୍ଦଙ୍କ ଦ୍ୱାରା ଏକ ନବବିବାହିତାର କୁମାରୀତ୍ୱ ପରୀକ୍ଷା କରାଯିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି | କୁମାରୀତ୍ୱ ପରୀକ୍ଷା କରିବା ପାଇଁ ଏହି ନବବିବାହିତାଙ୍କୁ ଦେଢଶୁର ଦୁଷ୍କର୍ମ କରିଥିବାର ସେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୩୦ ବର୍ଷୀୟ ପୀଡିତାଙ୍କର ୨୦୧୭ ମସିହା ମେ ମାସରେ ବିବାହ ହୋଇଥିଲା | ଶାଶୂଘରେ ପ୍ରଥମ ଦିନରେ ଶାଶୂ ଓ ନଣନ୍ଦ ତାଙ୍କର କୁମାରୀତ୍ୱ ପରୀକ୍ଷା କରିଥିଲେ |

Photo-Find health tips

ଏହା ପରେ ପୀଡ଼ିତାଙ୍କ ଦେଢଶୁର ତାଙ୍କ ସହ ଦୁଷ୍କର୍ମ କରିଥିଲେ | ପୀଡିତା ଜଣକ ଯେତେବେଳେ ତାଙ୍କ ସ୍ୱାମୀଙ୍କୁ ଏବାବଦରେ କହିଥିଲେ ଯେ ସେତେବେଳେ ଶାଶୂଘର ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା | ଏହା ପରେ କାହାକୁ କିଛି ନ କହି ପୀଡିତା ଜଣକ ନିଜ ବାପଘରକୁ ପଳାଇଆସିଥିଲେ |

ବାପଘରେ ପୀଡିତାଙ୍କ ମା ଓ ବାପ ରହୁଥିବାବେଳେ ତାଙ୍କ ମାଙ୍କୁ ପକ୍ଷାଘାତ  ହେବା ପରେ ସେ କୋମାକୁ ଚାଲିଯାଇଥିଲେ | ବିବାହ ପରେ ଜୀବନରେ ଘଟିଯାଇଥିବା ଏସବୁ କଳା ମୁହୂର୍ତ୍ତକୁ ମନେପକାଇ ସବୁବେଳେ କାନ୍ଦୁଥିଲେ ବି କାହାକୁ କିଛି କହୁ ନଥିଲେ | ଏହାପରେ ବାପା ଝିଅର ଏ ଅବସ୍ଥା ଦେଖି ମୁଣ୍ଡରେ ହାତ ରଖି ଉଦାସ ରହିବାର କାରଣ ବାବଦରେ ପଚାରିଥିଲେ | ବାପାଙ୍କୁ ଝିଅ ସବୁ କିଛି କହିବା ପରେ ଏବେ ପୁଲିସରେ ଝିଅର ବାପା ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର