ପ୍ଲାଷ୍ଟିକ୍‌, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ୨ରୁ ୪ ଦିନ ସକ୍ରିୟ ରହୁଛି ଭାଇରସ୍‌

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ୮,୦୦୦ରୁ ଅଧିକ ‌ଲୋକଙ୍କ ଜୀବନ ନେଇଥିବା କରୋନା ଭାଇରସ୍‌ ଏରୋସଲ୍‌ରେ ୩ ଘଣ୍ଟା ଧରି ରହୁଥିବା ବେଳେ ଚଟାଣ ଗୁଡ଼ିକରେ ଅନେକ ଦିନ ଧରି ସକ୍ରିୟ ରହୁଛି। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ସାର୍ସ‌୍- କରୋନା ଭାଇରସ୍‌ ୨ ଏରୋସଲ୍‌‌ରେ ପ୍ରାୟ ୩ ଘଣ୍ଟା, କପର୍‌ ଚଟାଣରେ ୪ ଘଣ୍ଟା, କାର୍ଡବୋର୍ଡ‌ରେ ୨୪ ଘଣ୍ଟା‌ ଏବଂ ପ୍ଲାଷ୍ଟିକ୍‌ ଓ ‌ଷ୍ଟେନଲେସ୍‌ ଷ୍ଟିଲ୍‌ରେ ପ୍ରାୟ ୨-୩ ଦିନ ସକ୍ରିୟ ରହୁଛି। ସାର୍ସ ଭାଇରସ୍‌ ପରି କରୋନା ଭାଇରସ୍‌ ବି ଅନେକ ଘଣ୍ଟା ଧରି ଏରୋସଲ୍‌‌ରେ ରହୁଛି। ତେବେ ବିଶ୍ବବ୍ୟାପୀ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହେଉଥିବା ବେଳେ ଭାଇରସ୍‌ ପ୍ଲାଷ୍ଟିକ୍‌ରେ ହିଁ ୨-୪ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର