ନୂଆଦିଲ୍ଳୀ: କରୋନା ଆତଙ୍କ ଏବେ ବି ପୂରାପୂରି ଭାବେ ଥମିନାହିଁ। କରୋନାର ଚତୁର୍ଥ ଲହର କିଛି ସ୍ଥାନରେ ତା’ର ପ୍ରଭାବ ଦେଖାଇବା ଆରମ୍ଭ କରି ସାରିଲାଣି। ଏହି ଚତୁର୍ଥ ଲହର ବଡ଼ଙ୍କ ସହ ପିଲାଙ୍କୁ ବି ବେଶ୍‌ ପ୍ରଭାବିତ କରିବାରେ ଲାଗିଛି।

Advertisment

ସ୍ବାସ୍ଥ୍ୟ ଗବେଷକମା‌ନଙ୍କ କହିବା କଥା ହେଉଛି, ଏହି ନୂଆ କରୋନା ଲହରରେ ପିଲାଙ୍କ ଭିତରେ ମୁଖ୍ୟତଃ ଗୋଟାଏ ଗୁଣ ବେଶି ଦୃଶ୍ୟମାନ ହେଉଛି। ଯାହାକୁ ବାପାମାଆ ଆଦୌ ବି ଅଣଦେଖା କରିବା ଉଚିତ ନୁହେଁ।

ଯଦି ଆପଣଙ୍କ ପିଲାର ଡାଇରିଆ ହେଉଛି ବା ପେଟ‌ ଦରଜ ହେଉଛି ତାହାଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏହାଛଡ଼ା ପିଲାଙ୍କ ଶରୀରରେ ଆହୁରି ବି ଗୁଡ଼ାଏ ଲକ୍ଷଣ ଦେଖାଯାଏ। ଜ୍ବର, ତଣ୍ଟି ଦରଜ, ଶୁଖିଲା କାଶ, ଥକ୍କା ଲାଗିବା, ନିଶ୍ବାସ ନେବାରେ ସମସ୍ୟା ଅନୁଭବ କରିବା, ନାକ ବୋହିବା, ଥଣ୍ଡା ଲାଗିବା, ମୁଣ୍ଡ ବିନ୍ଧା ହେବା, ବାନ୍ତି, ଓ ମାଂସପେଶୀ ଦରଜ ହେବା ଆଦି ମଧ୍ୟ କରୋନାର ଲକ୍ଷଣ। ପିଲାଙ୍କ ଶରୀରରେ ଏହି ସବୁ ଲକ୍ଷଣ ଦେଖାଗଲେ ଆଦୌ ଅଣଦେଖା କରନ୍ତୁ ନାହିଁ।

publive-image www.aajtak.in

ଗବେଷକମାନେ ଆହୁରି ବି କହିଛନ୍ତି ଯେ କରୋନାର ଏହି ଲହରକୁ ନେଇ ବିଶେଷ ବିବ୍ରତ ହେବାର କୌଣସି ଆବଶ୍ୟକତ‌ା ନାହିଁ। ଏହା ଏକ ଭୟଙ୍କର ଲହର ନୁହେଁ। ମାତ୍ର ଏହା ପାଇଁ ସଚେତନତାର ଆବଶ୍ୟକତା ରହିଛି। ଆପଣ ଏସବୁ ଲକ୍ଷଣ ଦେଖିଲେ ଏହାକୁ ଅଣଦେଖା କରିବା ଅନୁଚିତ।