ବ୍ୟାବସାୟିକ ଭିସାରେ ଆସୁଥିବା ବିଦେଶୀଙ୍କ ଲାଗି ଭାରତ ଯାତ୍ରା କଟକଣା କୋହଳ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତକୁ ଆସୁଥିବା କେତେକ ଶ୍ରେଣୀର ବିଦେଶୀଙ୍କ ପାଇଁ ସରକାର ଭିସା ଓ ଯାତ୍ରା କଟକଣା ନିୟମକୁ କୋହଳ କରିଛନ୍ତି । ନିମ୍ନୋକ୍ତ ଶ୍ରେଣୀର ବିଦେଶୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦେବା ଲାଗି ନିଷ୍ପତ୍ତି ହୋଇଛି –

  • ବ୍ୟାବସାୟିକ ଭିସା (କ୍ରୀଡା ପାଇଁ ଉଦ୍ଦିଷ୍ଟ ବି-୩ ଭିସା ଛାଡି)ରେ ଭାରତ ଆସୁଥିବା ବିଦେଶୀ ବ୍ୟବସାୟୀ । ତେବେ ସେ ଅଣସୂଚିତ ବାଣିଜ୍ୟିକ ବା ଚାଟାର୍ଡ ବିମାନରେ ଆସୁଥିବା ଆବଶ୍ୟକ ।
  • ପରୀକ୍ଷାଗାର ଓ କାରଖାନା ସମେତ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ପାଇଁ ଆସୁଥିବା ବିଦେଶୀ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଗବେଷକ, ଯନ୍ତ୍ରୀ ଏବଂ ବୈଷୟିକବିତଙ୍କ ପାଇଁ ଏହି କୋହଳ ନୀତି ଲାଗୁ ହେବ । ତେବେ ଭାରତରେ ପଞ୍ଜୀକୃତ ଔଷଧ କମ୍ପାନୀ ବା ସ୍ଵୀକୃତି ପ୍ରାପ୍ତ ବିଶ୍ଵବିଦ୍ୟାଳୟ ବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଆମନ୍ତ୍ରଣ ପତ୍ର ତାଙ୍କ ପାଖରେ ଥିବା ଆବଶ୍ୟକ ।
  • ଭାରତରେ ଥିବା ବିଦେଶୀ ବ୍ୟବସାୟ ସଂଗଠନ ବା ପ୍ରତିଷ୍ଠାନ ପାଇଁ ବିଦେଶୀ ଯନ୍ତ୍ରୀ, ପ୍ରବନ୍ଧକ ଓ ଅନ୍ୟାନ୍ୟ ବିଶେଷଜ୍ଞ ଆସିପାରିବେ । ଏହା ସମସ୍ତ ଉତ୍ପାଦନ ଓ ପରିପାଟି ୟୁନିଟ, ସଫ୍ଟୱେର ଓ ଆଇଟି ୟୁନିଟ, ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ।
  • ଦେଶରେ ଥିବା ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ କୌଣସି କାରଖାନା ବା ଯନ୍ତ୍ରପାତିର ମରାମତି, ସ୍ଥାପନା କାର୍ଯ୍ୟ ପାଇଁ ବିଦେଶୀ ବିଶେଷଜ୍ଞ ଆମନ୍ତ୍ରଣ କ୍ରମେ ଆସିପାରିବେ ।
IGIA tout horror forces foreigner duo to flee India - Mail Today News
India Today

ତେବେ ଏହି ବିଦେଶୀ ନାଗରିକମାନଙ୍କୁ ନୂତନ ବ୍ୟବସାୟ ଭିସା ବା କର୍ମ ନିୟୋଜନ ଭିସା ସେ ଦେଶର ଥିବା ଭାରତୀୟ ଦୂତାବାସଠାରୁ ଆଣିବାକୁ ପଡିବ । ଯେଉଁ ବିଦେଶୀ ନାଗରିକଙ୍କ ଭାରତ ଆଗମନ ପାଇଁ ଦୀର୍ଘ ମିଆଦି ବ୍ୟାବସାୟିକ ଭିସା ଥିବ ସେ ତାହାକୁ ତାଙ୍କ ଦେଶରେ ଭାରତୀୟ ଦୂତାବାସରେ ପୁନଃବୈଧକରଣ କରି ଆସିପାରିବେ । ତେବେ ଯେଉଁମାନେ ଆଗରୁ ଇଲେକ୍ଟ୍ରୋନିକ ଭିସା ନେଇଛନ୍ତି, ସେମାନଙ୍କୁ ଭାରତ ଆସିବା ପାଇଁ ଅନୁମତି ମିଳିବ ନାହିଁ ।

ସମ୍ବନ୍ଧିତ ଖବର