ଭିସା କଟକଣା କୋହଳ କଲା ଗୃହ ମନ୍ତ୍ରଣାଳୟ : ପର୍ଯ୍ୟଟକଙ୍କ ବ୍ୟତୀତ ସମସ୍ତ ବିଦେଶୀ ଯାତ୍ରୀଙ୍କୁ ପ୍ରବେଶ ଅନୁମତି

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ର ସଂକ୍ରମଣ ଭୟାବହତା ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ଭିସା କଟକଣାକୁ ଗୁରୁବାର କୋହଳ କରିଛନ୍ତି। ଏହା ଦ୍ବାରା କେବଳ ପର୍ଯ୍ୟଟକମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଦେଶୀ ଯାତ୍ରୀଙ୍କୁ ଭାରତରେ ପ୍ରବେଶ ଅନୁମତି ଦିଆଯାଇଛି। ଏଥି ସହିତ ବିଦେଶରେ ରହୁଥିବା ଭାରତୀୟ(ଓସିଆଇ), ଭାରତୀୟ ବଂଶୋଦ୍ଭବ(ପିଆଇଓ) ଏବଂ ଅନ୍ୟାନ୍ୟ ପ୍ରବାସୀମାନଙ୍କୁ ମଧ୍ୟ ଭାରତରେ ପ୍ରବେଶ ପାଇଁ ସରକାର ଅନୁମତି ଦେଇଛନ୍ତି।

ସେମାନେ ଆକାଶପଥରେ କିମ୍ବା ଜଳପଥରେ ଅଧିକୃତ ବିମାନବନ୍ଦର ଓ ଆପ୍ରବାସନ ଯାଞ୍ଚ କେନ୍ଦ୍ର ମାଧ୍ୟମରେ ଆସିପାରିବେ ବୋଲି କୁହାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ଦେ ଭାରତ ମିସନ୍‌, ଟ୍ରାନ୍ସପୋର୍ଟ ବବଲ୍‌ସ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରମାଳୟ ଦ୍ବାରା ଅନୁମତିପ୍ରାପ୍ତ ଅନିର୍ଦ୍ଦିଷ୍ଟ ବ୍ୟାବସାୟିକ ବିମାନ ସେବା ଆଦି ରହିଛି। ତେବେ ଯାତ୍ରୀମାନଙ୍କୁ କଡ଼ାକଡ଼ି ଭାବେ କୋଭିଡ୍‌ ସମ୍ପର୍କିତ ନିୟମାବଳି ମାନିବାକୁ ପଡ଼ିବ।

ସମ୍ବନ୍ଧିତ ଖବର