ବ୍ରାଜିଲ ଗସ୍ତ ପାଇଁ ଭାରତ, ଚୀନ୍‌ ନାଗରିକଙ୍କୁ ଭିସା ଦରକାର ପଡ଼ିବନି

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବଲସୋନାରୋ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ବ୍ରାଜିଲ୍‌ ଯିବାପାଇଁ ଆଉ ଭାରତ ଏବଂ ଚୀନ୍‌ ନାଗରିକଙ୍କୁ ଭିସା ଦରକାର ପଡ଼ିବ ନାହିଁ। ବିନା ଭିସାରେ ମଧ୍ୟ ଉଭୟ ଚୀନ୍‌ ଏବଂ ଭାରତୀୟ ନାଗରିକ ବ୍ରାଜିଲ୍‌ ଗସ୍ତ କରିପାରିବେ। ଚଳିତ ବର୍ଷ ପ୍ରାରମ୍ଭରେ କ୍ଷମତାକୁ ଆସିଥିବା ବଲ୍‌‌ସୋନାରୋ ପ୍ରଥମେ ତାଙ୍କ ନୀତି ସମ୍ପର୍କରେ ସ୍ପଷ୍ଟ କରି କହିଥିଲେ ଯେ ବିକଶିତ ଦେଶଗୁଡ଼ିକରୁ ଭିସା ଆବଶ୍ୟକତା କମାଯିବ। ତେବେ ବଲସୋନାରୋ ଚୀନ୍‌ ଗସ୍ତରେ ଥିବା ବେଳେ ଭିସା ସଂକ୍ରାନ୍ତ‌ରେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆଗକୁ ଭାରତୀୟ ନାଗରିକମାନେ ବ୍ରାଜିଲ୍‌ ଗଲେ ଆଉ ଭିସା ଦରକାର ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର