ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୫ ହଜାର ଅସୁସ୍ଥ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖପାଟଣା ନିକଟସ୍ଥ ଗୋପାଳପଟ୍ଟନମଠାରେ ଥିବା ଦକ୍ଷିଣ କ‌ୋରିଆରଏଲଜି ପଲିମର୍ସ କାରଖାନାରେ ହୋଇଥିବା ଗ୍ୟାସ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ଏହା ସହିତ ଆଖପାଖ ଗାଁର ପ୍ରାୟ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

କମ୍ପାନି ସୁତ୍ରରୁ ଜଣାପଡ଼ିଛି ଯେ ଲକଡାଉନ ଯୋଗୁଁ ପ୍ଲାଣ୍ଟଟି ବନ୍ଦ ଥିଲା ଓ କିଛି ଦିନ ପରେ ଏହା ଖୋଲିବାର ଥିଲା । ତେବେ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଏକ ଟାଙ୍କିରୁ ଗ୍ୟାସ ଲିକ ହେଉଥିବା ଜାଣିବାକୁ ପାଇଥିଲେ ।  ସେ ତୁରନ୍ତ କମ୍ପାନିର ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ଦୁର୍ଘଟଣାକୁ ଏଡ଼ାଯାଇପାରିନଥିଲା । ଏହି କ୍ଷୟକ୍ଷତିର ଆକଳନ କରାଯାଉଛି ଓ କର୍ମଚାରୀ ଓ ଆଖପାଖ ଗାଁର ଲୋକମାନଙ୍କ ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି ।

ଗୁରୁବାର ସକାଳେ ବିଷାକ୍ତ ବାଷ୍ପ ଲିକ୍‌ ହେବା ପରେ ଶହ ଶହ ଲୋକ ଅଣନିଃଶ୍ବାସୀ ହୋଇପଡ଼ିବା, ଆଖି ପୋଡ଼ିବା ଏବଂ ପେଟ ଟାଣିବା କଥା ଅଭିଯୋଗ କରିଥିଲେ। କାରଖାନା ଚାରିପାଖ ଗାଁମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ବିଷାକ୍ତ ବାଷ୍ପ ନାକରେ ପ୍ରବେଶ ନ କରାଇ ଦେବାକୁ ଲୋକେ ମୁହଁରେ ଓଦା କପଡ଼ା ଢାଙ୍କନ୍ତୁ ବୋଲି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି।

ତେବେ ଏହି ଘଟଣା ସଂପର୍କରେ ଏଲଜି କମ୍ପାନିର ବୟାନ ଆସିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ ଗ୍ୟାସ୍ ଲିକ ଏକ ଦୁର୍ଘଟଣା ଥିଲା ଓ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
ଗୁରୁବାର ସକାଳେ ବିଷାକ୍ତ ବାଷ୍ପ ଲିକ୍‌ ହେବା ପରେ ଶହ ଶହ ଲୋକ ଅଣନିଃଶ୍ବାସୀ ହୋଇପଡ଼ିବା, ଆଖି ପୋଡ଼ିବା ଏବଂ ପେଟ ଟାଣିବା କଥା ଅଭିଯୋଗ କରିଥିଲେ। କାରଖାନା ଚାରିପାଖ ଗାଁମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ବିଷାକ୍ତ ବାଷ୍ପ ନାକରେ ପ୍ରବେଶ ନ କରାଇ ଦେବାକୁ ଲୋକେ ମୁହଁରେ ଓଦା କପଡ଼ା ଢାଙ୍କନ୍ତୁ ବୋଲି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି।

ଉଲ୍ଲେଖଯୋଗ୍ୟ, ବିଷାକ୍ତ ବାଷ୍ପ ଲିକ୍ ଯୋଗୁଁ ଗୋପାଳପଟ୍ଟନମ୍‌ ଅଞ୍ଚଳର ୫ଟି ଗାଁରେ ଆତଙ୍କ ଖେଳିଯାଇଛି। ଆଜି ଭୋର ୩ଟା ବେଳେ  ଯେତେବେଳେ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଥିଲା, ସେତେବେଳେ  ଛାନିଆରେ ଲୋକେ ଘରୁ ବାହାରି ଖୋଲା ସ୍ଥାନକୁ ଧାଇଁ ଯାଇଥିଲେ। ଏହି ସମୟରେ ଗାଁ ପାଖରେ ଥିବା ଏକ କେନାଲରେ ପଡ଼ି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ମୃତକ ହେଳେ କୁନ୍ଧା ଶ୍ରେୟ(୬) ଓ ଏନ୍.ଗିରିଶମା (୯)। ସେହିପରି ଜଣେ ୧୯ ବର୍ଷର କଲେଜ ପଢ଼ୁଆ ଯୁବକ ମଧ୍ୟ ଏହି ଘଟଣାରେ ମୃତ୍ୟୁମୁଖରେ ପଡ଼ିଛନ୍ତି। ବିଶାଖାପଟ୍ଟନମର କିଙ୍ଗ୍ ଜର୍ଜ ହସ୍ପିଟାଲକୁ ୫ ଜଣଙ୍କୁ ମୃତ ଅବସ୍ଥାରେ ଅଣାଯାଇଥିଲା ବୋଲି ସୂଚନା ମିଳିଛି।

ପ୍ରାଥମିକ ଅନୁସନ୍ଧାନ ଅନୁସାରେ ପଲିଷ୍ଟେରିନ୍ ପ୍ଲାଷ୍ଟିକ, ରବର ଏବଂ ଲାଟେକ୍ସ ପ୍ରସ୍ତୁତି ଲାଗି ବ୍ୟବହାର କରାଯାଉଥିବା ଏକ ଅତ୍ୟନ୍ତ ଦହନଶୀଳ ତରଳ ଗ୍ୟାସ ଷ୍ଟିରେନ୍ ଲିକ୍ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର ଲୋକେ ଶୋଇଥିବା ବେଳେ ଏହି ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଅଣନିଶ୍ବାସୀ ଅନୁଭବ କରିଥିଲେ। ଏହାପରେ ପ୍ରାଣବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର