ବିଶାଖାପାଟଣା: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ମାଲକାପୁରମରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍) ର ଏକ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ବିଭିନ୍ନ ଶିଳ୍ପ ୟୁନିଟରୁ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡିଛି | ଭାରତୀୟ ନୌସେନାର ଏକ ବିଶେଷଜ୍ଞ ଦଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନକୁ ସାହାଯ୍ୟ କରିଥିବା ନେଇ ସୂଚନା ମିଳିଛି |
/sambad/media/post_attachments/wp-content/uploads/2021/05/t-177.jpg)
ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଦୁର୍ଘଟଣା ସମୟରେ ପ୍ଲାଣ୍ଟ ଭିତରେ ଥିବା ୬ଜଣ କର୍ମଚାରୀଙ୍କ କୌଣସି ପତ୍ତା ମିଳିପାରି ନାହିଁ | ନିଆଁକୁ ଆୟତ୍ତ କରାଯିବା ପରେ ଏବେ ୬ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି | ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ | ଘଟଣା ସମୟର କିଛି ଫଟୋ ଓ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଅଗ୍ନି ପିଣ୍ଡୁଳା ଉପରକୁ ଉଠୁଥିବା ଦେଖାଯାଇଛି | କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ଏବଂ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ ସ୍ଥାନୀୟ ପ୍ରଶାସନ ଅନୁସନ୍ଧାନ କରୁଛି।