ବିଶାଖାପାଟଣା ଗ୍ୟାସ୍ ଲିକ୍ ମାମଲା: କାରଖାନା ସ୍ଥାନାନ୍ତର ଦାବିରେ ଗ୍ରାମବାସୀଙ୍କ ବିକ୍ଷୋଭ

ବିଶାଖାପାଟଣା: ଏଲ୍‌ଜି ପଲିମର୍ସ କାରଖାନାରୁ ଗୁରୁବାର ଭୋରରୁ ହୋଇଥିବା ବିଷାକ୍ତ ଗ୍ୟାସ (ଷ୍ଟାଇରିନ୍‌) ଲିକ୍ ଘଟଣାରେ ଆର୍‌ ଆର୍‌ ଭେଙ୍କଟପୁରମ ଓ ନିକଟସ୍ଥ ଗ୍ରାମବାସୀମାନେ ଆଜି କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କାରଖାନାକୁ ଅନ୍ୟତ୍ର ଉଠାଇ ନେବାକୁ ଦାବି କରିଛନ୍ତି। ଆନ୍ଧ୍ର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଗୌତମ ସାୱଙ୍ଗ୍ ଆଜି କାରଖାନା ନିରୀକ୍ଷଣରେ ଆସିଥିବା‌ବେଳେ ବିକ୍ଷୋଭକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। କାରଖାନା ଜନବସତିଠାରୁ ଦୂରକୁ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ତାହାକୁ ବନ୍ଦ କରି ରଖିବା ଲାଗି ଲୋକମାନେ ଦାବି କରିଥିଲେ। ପୁଲିସ ବିକ୍ଷୋଭକାରୀଙ୍କୁ ଭ୍ୟାନରେ ବସାଇ ଥାନାକୁ ନେଇଯାଇଥିଲା। ସେମାନଙ୍କୁ ଥାନାକୁ ନିଆଯିବା ବେଳେ ଅନ୍ୟ ଏକ ଗୋଷ୍ଠୀ କାରଖାନାର ମୁଖ୍ୟ ପ୍ରବେଶ ପଥ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ବ୍ୟକ୍ତି ଏବେ କିଙ୍ଗ୍ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର