ନୂଆଦିଲ୍ଲୀ: ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ। ଏହି କ୍ରମରେ ତାମିଲ ଅଭିନେତା ବିଶାଳ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ ନିଜ ସହିତ ଘଟିଥିବା ଘଟଣାକୁ ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି।
#Corruption being shown on silver screen is fine. But not in real life. Cant digest. Especially in govt offices. And even worse happening in #CBFC Mumbai office. Had to pay 6.5 lacs for my film #MarkAntonyHindi version. 2 transactions. 3 Lakhs for screening and 3.5 Lakhs for… pic.twitter.com/3pc2RzKF6l
— Vishal (@VishalKOfficial) September 28, 2023
ବିଶାଲ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ସିନେମା ‘ମାର୍କ ଆଣ୍ଟନୀ’ ହିନ୍ଦି ସଂସ୍କରଣ ପାଇଁ ସେନସର ସାର୍ଟିଫିକେଟ ନେବା ପାଇଁ ମୁଁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ (ସିବିଏଫସି)କୁ ଲାଞ୍ଚ ବାବଦକୁ ୬.୫ ଲକ୍ଷ ଟଙ୍କାର ଦେଇଛି । କାରଣ ସିବିଏଫସିରେ ସ୍କ୍ରିନିଙ୍ଗ ପାଇଁ ୩ଲକ୍ଷ ଓ ସାର୍ଟିଫିକେଟ ପାଇବା ପାଇଁ ୩.୫ଲକ୍ଷ ଟଙ୍କା ଜମା କରିବାକୁ ଆମକୁ କୁହାଯାଇଥିଲା। ଏହି ଟଙ୍କା ମୁଁ ଦୁଇଟି ପର୍ଯ୍ୟାୟରେ ଦେଇଛି। ଏହାର ପ୍ରମାଣ ବି ମୋ ପାଖରେ ଅଛି।
ଏନେଇ ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ସମସ୍ୟା କେବଳ ମୋର ନୁହେଁ ଭବିଷ୍ୟତର ଫିଲ୍ମ ନିର୍ମାତାଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ଅଟେ । ଏଥିପାଇଁ ଉଚିତ ନ୍ୟାୟ ବ୍ୟବସ୍ଥା କରାଯିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଉ।
The issue of corruption in CBFC brought forth by actor @VishalKOfficial is extremely unfortunate.
The Government has zero tolerance for corruption and strictest action will be taken against anyone found involved. A senior officer from the Ministry of Information & Broadcasting…
— Ministry of Information and Broadcasting (@MIB_India) September 29, 2023
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଭିନେତା ବିଶାଳଙ୍କ ଏହି ଅଭିଯୋଗକୁ ଗମ୍ଭୀରତା ସହ ନେଇଛି। ମନ୍ତ୍ରାଳୟ ନିଜର ଅଧିକାରିକ ଏକ୍ସ (ଟୁଇଟର) ଆକାଉଣ୍ଟରେ ପୋଷ୍ଟ ସେୟାର କରି ସିବିଏଫସିରେ ହୋଇଥିବା ଏଭଳି ଦୁର୍ନୀତିକୁ ନିନ୍ଦା କରିଛି।
ଏଥିସହିତ ଏହି ଘଟଣାର ଯାଞ୍ଚ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କୁ ମୁମ୍ବାଇ ପଠାଯାଇଛି ବୋଲି ଜଣାପଡ଼ିଛି।