ଭୋପାଳ: ୪ସନ୍ତାନ ଜନ୍ମ କଲେ ମିଳିବ ୧ଲକ୍ଷ । ଏଭଳି ଘୋଷଣା କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ପଣ୍ଡିତ ବିଷ୍ଣୁ ରଜୋରିଆ। ସେ ଯୁବ ବ୍ରାହ୍ମଣ ଦମ୍ପତିଙ୍କ ପାଇଁ ଏହି ଘୋଷଣା କରିଛନ୍ତି।ଏବେ ପର୍ଶୁରାମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଏବଂ କ୍ୟାବିନେଟ ମନ୍ତ୍ରୀ ପଦବୀରେ ଅଛନ୍ତି ରଜୋରିଆ।
ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରଜୋରିଆ କହିଛନ୍ତି ଯେ, "ଏବେ ସମାଜରେ ବିଧର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କାରଣ ଆମେ ପ୍ରାୟତଃ ଆମର ପରିବାର ଉପରେ ଧ୍ୟାନ ଦେବା ବନ୍ଦ କରିଦେଇଛୁ। ମୁଁ ଯୁବପିଢ଼ିଙ୍କଠାରୁ ବହୁତ ଆଶା ରଖିଛି। ଆମେ ବୟସ୍କ ଲୋକଙ୍କଠାରୁ ଅଧିକ ଆଶା କରିପାରିବୁ ନାହିଁ। ଧ୍ୟାନ ଦେଇ ଶୁଣନ୍ତୁ, ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଆପଣମାନେ ଦାୟୀ। ଯୁବପିଢ଼ି ଗୋଟିଏ ପିଲା ପରେ ଆଉ ପିଲା ଜନ୍ମ କରିବାକୁ ଇଚ୍ଛା କରୁନାହାନ୍ତି। ଏଭଳି ହେଲେ ସମସ୍ୟା ହେବ। ମୁଁ ଆପଣଙ୍କୁ ଅତି କମରେ ୪ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି। ଯେଉଁମାନେ ଏଭଳି କରିବେ ସେମାନଙ୍କୁ ପର୍ଶୁରାମ କଲ୍ୟାଣ ବୋର୍ଡ ପକ୍ଷରୁ ୧ଲକ୍ଷ ଟଙ୍କା ଦିଆଯିବ। ଶିକ୍ଷା ଏବେ ବହୁତ ମହଙ୍ଗା ହେଲାଣି। ହେଲେ ବି କୌଣସି ପ୍ରକାରେ ଖର୍ଚ୍ଚ ଉଠାଅ। କିନ୍ତୁ ପିଲା ଜନ୍ମ କରିବାରେ ବିଳମ୍ବ କର ନାହିଁ। ନଚେତ୍, ବିଧର୍ମୀମାନେ ଏହି ଦେଶକୁ କବଜା କରିବେ।"