ଡିଗ୍: ଏକ ବଡ଼ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି ବାବା ବିଶୁଦ୍ଧାନନ୍ଦ ମହାରାଜ। ହିନ୍ଦୁମାନେ ଗୋଟାଏ ପିଲା ଜନ୍ମ କରିବା ସହ ସେମାନଙ୍କ ପିଲାଙ୍କୁ ବଡ଼ କରି ବିଦେଶ ପଠାଇବା ନୀତିରେ ବିରକ୍ତ ଭାବ ପ୍ରକାଶ କରି ବାବା ସେଭଳି ମାତାପିତାଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ଏଭଳି ଲୋକଙ୍କୁ ଫାଶୀରେ ଚଢ଼ାଇବା ଉଚିତ୍ ପରି ବିବାଦୀୟ ମନ୍ତବ୍ୟ ବି ସେ ଦେଇଛନ୍ତି।
ସେ କହିଛନ୍ତି ଯେ ‘‘ଯେକୌଣସି ହିନ୍ଦୁ; ଯିଏ ପିଲା ଜନ୍ମ କରି ବିଦେଶ ପଠାନ୍ତି, ତାଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ଉଚିତ।’’ ଏହାବ୍ୟତୀତ, ସେ କହିଛନ୍ତି ଯେ ଏପରି ଲୋକଙ୍କୁ ଫାଶୀ ଦିଆଯିବା ଉଚିତ। ତଥାପି, ସେ ଏହି ବକ୍ତବ୍ୟ ଦେବା ପରେ ପରେ ତୁରନ୍ତ କ୍ଷମା ମଧ୍ୟ ମାଗିଛନ୍ତି।
ଏକ କାର୍ଯ୍ୟକ୍ରମରେ ବିଶୁଦ୍ଧାନନ୍ଦ ମହାରାଜ କହିଥିଲେ ଯେ ଆଜିକାଲି ହିନ୍ଦୁମାନଙ୍କର ପିଲା ନାହିଁ। ହିନ୍ଦୁମାନଙ୍କ ମଧ୍ୟରେ ଦେଶପ୍ରେମର ଅଭାବ ରହିଛି। ଆଜିକାଲି ମାଆବାପା ପିଲା ଜନ୍ମ କରିବା, ତାଙ୍କୁ ବିଦେଶ ପଠାଇବା, ତାଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କ ପିଲା ଲଣ୍ଡନ କିମ୍ବା ଜର୍ମାନୀରେ ପଢିବା ପାଇଁ ଗର୍ବ ଅନୁଭବ କରିବାର ଭାବନା ଅଛି। ଏହାଛଡ଼ା ଯେଉଁମାନେ ବିଦେଶ ଯାଆନ୍ତି; ସେମାନେ ଚାଲିଯାଆନ୍ତି। ସେମାନେ ଆଉ କେବେ ଫେରିଆସିବେ ନାହିଁ ବୋଲି ବାବା ଉଲ୍ଲେଖ କରିଛନ୍ତି।
ବିଶୁଦ୍ଧାନନ୍ଦ ମହାରାଜ ଆହୁରି ବି କହିଛନ୍ତି କି, "ଏପରି ପରିସ୍ଥିତିରେ, ତୁମର ଭୋଟ ହଜିଗଲା, ତୁମର ଧର୍ମ ହଜିଗଲା। ଏହା କି ପ୍ରକାରର ଚିନ୍ତାଧାରା? ଏପରି ପିଲାମାନେ ଦେଶକୁ ଫେରିବେ ନାହିଁ।’’
ରାଜସ୍ଥାନସ୍ଥିତ ଡିଗ୍ର ଶ୍ରୀଜାଦଖୋର ଗୋଶାଳାରେ ଆୟୋଜିତ ଗୋ ମହୋତ୍ସବରେ, ମହାରାଜ କହିଥିଲେ ଯେ ତାଙ୍କୁ ଏହା କହିବା ଭଲ ଲାଗୁନାହିଁ, ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି।