ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ତୃତୀୟ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ଜଣାପଡ଼ିଛି। ଏହା ସହ ସେ ଆଜି ରାତି ୮. ୩୦ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମଣାଙ୍କୁ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସାକ୍ଷାତ କରିଛନ୍ତି। ଶ୍ରୀ ହରିଚନ୍ଦନ ତାଙ୍କ ଦିଲ୍ଲୀ ଗସ୍ତର ପ୍ରଥମ ଦିନ (ଶନିବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଗସ୍ତର ଦ୍ବିତୀୟ ଦିନରେ ଗତକାଲି ଶ୍ରୀ ହରିଚନ୍ଦନ ନୂଆଦିଲ୍ଲୀସ୍ଥିତ ନାସନାଲ୍ ୱାର୍ ମେମୋରିଆଲ୍ ପରିଦର୍ଶନ କରି ଦିବଙ୍ଗତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ବାଦ୍ ସେ ମଧ୍ୟ ଦିଲ୍ଲୀ ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହାବିଷୁବ ସଂକ୍ରାନ୍ତି -୨୦୨୨ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଭବନରେ ଅବସ୍ଥାନ କରୁଥିବା ଶ୍ରୀ ହରିଚନ୍ଦନଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତକଲେ ବିଶ୍ବଭୂଷଣ; ପ୍ରଧାନ ବିଚାରପତିଙ୍କୁ ମଧ୍ୟ ଭେଟିଲେ
/sambad/media/post_attachments/wp-content/uploads/2022/04/54dzgda1g2gd2g3dgdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)