ଉଡ଼ୁପୀର ପ୍ରସିଦ୍ଧ ସନ୍ୟାସୀ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ଉଡ଼ୁପୀ : ତୀର୍ଥ ନଗରୀ ଉଡ଼ୁପୀ ସ୍ଥିତ ପେଜାଓ୍ଵର ମଠର ମୁଖ୍ୟ ସନ୍ୟାସୀ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୨୦ ତାରିଖରେ ତାଙ୍କୁ ମାଙ୍ଗାଲୁରୁର କେଏମସି ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ରବିବାରଦିନ ତାଙ୍କ ପରଲୋକ ସଂପର୍କରେ ଉଡ଼ୁପୀର ବିଧାୟକ ରଘୁପତି ଭଟ୍ଟ ଘୋଷଣା କରିଥିଲେ ।

 

ତାଙ୍କ ପରଲୋକରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତା ରାହୁଲ ଗାନ୍ଧି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦ୍ୟୁରାପ୍ପା ପ୍ରମୁଖ ଶୋକ ପ୍ରକଟ କରିଛନ୍ତି । ତାଙ୍କ ସମ୍ମାନରେ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ରାଜ୍ୟସ୍ତରୀୟ ଶୋକ ଘୋଷଣା କରିଛନ୍ତି ।
୧୯୩୧ରେ ପୁଟ୍ଟର ଜିଲ୍ଲାର ରାମାକୁଞ୍ଜଠାରେ ଜନ୍ମ ଗ୍ରହଣ କରିଥିବା ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କ ପିତୃଦତ୍ତ ନାମ ଥିଲା ଭେଙ୍କଟରାମ । ତେବେ ମାତ୍ର ୮ ବର୍ଷ ବୟସରେ ଅର୍ଥାତ ୧୯୩୮ରେ ସେ ସନ୍ୟାସ ଗ୍ରହଣ କରିଥିଲେ । ତାଙ୍କ ଗୁରୁ ହେଉଛନ୍ତି ଉଡ଼ୁପୀର ଭଣ୍ଡାରକେରୀ ମଠର ବିଦ୍ୟମାନ ତୀର୍ଥ । ସେ ବିଶ୍ୱ ହିନ୍ଦୁ ପରିଷଦ ସହ ଜଡ଼ିତ ଥିଲେ । ବିଶେଷକରି ରାମ ଜନ୍ମଭୂମି ଆନ୍ଦୋଳନ, ଗୋ ରକ୍ଷା ଆନ୍ଦୋଳନ ଆଦି କ୍ଷେତ୍ରରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର