ପର୍ଯ୍ୟଟକଙ୍କ ଲାଗି ରାଜାରାଣୀ ମନ୍ଦିର ପରିସର ଏଣିକି ରାତି ୯ଟା ଯାଏଁ ଖୋଲା ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରସ୍ଥିତ ଐତିହାସିକ ରାଜାରାଣୀ ମନ୍ଦିର ଏଣିକି ରାତି ୯ଯାଏଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୋମବାର ଏହି ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ସିଂହ କହିଛନ୍ତି, ଏଏସ୍‌ଆଇ ଦ୍ୱାରା ପରିଚାଳିତ ଭାରତର ୧୦ଟି ଐତିହାସିକ କୀର୍ତ୍ତିର ପରିଦର୍ଶନ ସମୟ ପରିବର୍ତ୍ତନ ହେବ। ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଥିବା ଖୁଜରାହୋ ମନ୍ଦିର, କୁରୁକ୍ଷେତ୍ରର ଶିଖ ଚିଲି ଟୋମ୍ବ, ଦିଲ୍ଲୀର ସଫଦରଜଙ୍ଗ ଟମ୍ବ ଓ ହୁମାୟୁନ ଟମ୍ବ, କର୍ଣ୍ଣାଟକର ଭାଗଲକୋଟସ୍ଥିତ ପଟ୍ଟକଦାକାଲର କୀତ୍ତିରାଜି, ବିଜୟପୁରାର ଗୋଲଗମ୍ବୁଜ, ମହରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ମନ୍ଦିର, ବାରାଣସୀର ମନ୍‌ ମହଲ ଓ ଗୁଜୁରାଟର ପାଟନ ଜିଲ୍ଲାରେ ଥିବା ରାନୀ କି ବନ୍‌ ନୂତନ ସମୟ ସାରଣୀ ଅନୁସାରେ ଖୋଲା ରହିବ।

ଉପରୋକ୍ତ କୀର୍ତ୍ତିରାଜି ଗୁଡ଼ିକ ପର୍ଯ୍ୟଟକ ମାନଙ୍କ ପାଇଁ ସୂର୍ଯ୍ୟୋଦୟ ଠାରୁ ରାତି ୯ଟା ଯାଏଁ ଖୋଲା ରହିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜାରାଣୀ ମନ୍ଦିର ପରିସର ସକାଳ ୬ଟା ୩୦ ରୁ ରାତି ୭ଟା ଯାଏଁ ଖୋଲା ରହୁଛି।

ସମ୍ବନ୍ଧିତ ଖବର