ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବାର ଧମକ ମିଳିବା ପରେ ଶ୍ରୀନଗର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା | ଏହି ବିମାନରେ ୧୭୭ ଜଣ ଯାତ୍ରୀ ଏବଂ ଜଣେ ଶିଶୁ ବିମାନରେ ଥିଲେ। ବୋମା ଥିବାର ଧମକ ମିଳିବା ପରେ ଭିସ୍ତାରା ବିମାନ ନମ୍ବର ୟୁକେ-୬୧୧ ଶ୍ରୀନଗର ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା | ସୂତ୍ରରୁ ପ୍ରକାଶ ଯେ, "ଭିସ୍ତାରା ବିମାନ ୟୁକେ୬୧୧ ନୂଆଦିଲ୍ଲୀରୁ ଆସୁଥିଲା ଏବଂ ଧମକ କଲ ଆସିବା ପରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Advertisment

ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ଶ୍ରୀନଗରରେ ଏହି ବିମାନକୁ ଅବତରଣ କରାଇବା ପରେ ତୁରନ୍ତ ଏକ ପୃଥକ ସ୍ଥାନକୁ ନିଆଯାଇଥିଲା | ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ବିମାନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ | ତେବେ ଯାଞ୍ଚ ପରେ ବିମାନରେ କୌଣସି ବିସ୍ଫୋରକ ନଥିବାର ଜଣାପଡିଥିଲା | ଏହା ପରେ ଏହା ଏକ ଫେକ ଫୋନ କଲ ବୋଲି ଜଣାପଡିଥିଲା | ସୂଚନାନୁସାରେ, ଧମକ କଲ ମିଳିବା ପରେ ଶ୍ରୀନଗର ବିମାନ ବନ୍ଦରରେ ବିମାନ ଚଳାଚଳ ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ବିମାନ ଚଳାଚଳ ଆରମ୍ଭ ହୋଇଛି। ତେବେ ଏହି କଲ କିଏ କରିଥିଲେ ସେନେଇ ବର୍ତ୍ତମାନ ଯାଞ୍ଚ ଜାରି ରହିଛି |