ମାଦ୍ରିଦ: କୌଣସି କୋଭିଡ୍-୧୯ ରୋଗୀର ଚିକିତ୍ସାରେ ଅଧିକ ମାତ୍ରାରେ କାଲ୍ସିଫେଡିଅଲ୍ ବା ଭିଟାମିନ୍-ଡିର ସକ୍ରିୟ ରୂପାନ୍ତର ଉପଯୋଗ କଲେ ସଂପୃକ୍ତ ରୋଗୀ ଗୁରୁତର ହେବାର ଆଶଙ୍କା କମିଥାଏ ବୋଲି ସ୍ପେନୀୟ ଗବେଷକମାନେ ଦାବି କରିଛନ୍ତି। ବିଶେଷଜ୍ଞମାନେ କୋଭିଡ୍ ପାଇଁ କୌଣସି ଶସ୍ତା ଔଷଧର ଅନ୍ବେଷଣ ଚଳାଇଥିବା ବେଳେ ଏହି ନୂତନ ନିର୍ଯାସରେ ପହଞ୍ଚିପାରିଛନ୍ତି। ସ୍ପେନିସ୍ ଡାଇରେକ୍ଟ ପତ୍ରିକାରେ ପ୍ରକାଶିତ ସେମାନଙ୍କ ଗବେଷଣାର ବିବରଣୀ ଅନୁଯାୟୀ, ସ୍ପେନ୍ର କୋର୍ଦୋବା ସ୍ଥିତ ରିନାସୋଫିଆ ବିଶ୍ବବିଦ୍ୟାଳୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୫୦ରୁ ୭୬ ଜଣ କୋଭିଡ୍ ରୋଗୀଙ୍କୁ ରୀତିମତ ଉଚ୍ଚ ମାତ୍ରାର କାଲ୍ସିଫେଡିଅଲ୍(୨୫-ହାଇଡ୍ରକ୍ସିଭିଟାମିନ ଡି) ଦିଆଯାଇଥିଲା। ତେବେ ସେମାନଙ୍କ ଭିତରୁ କେବଳ ଜଣଙ୍କର ଆଇସିୟୁ ଚିକିତ୍ସା ଆବଶ୍ୟକ ପଡ଼ିଥିବା ବେଳେ ଅନ୍ୟମାନେ ଡାକ୍ତରଖାନାରୁ ଆରାମରେ ଘରକୁ ଫେରିଥିଲେ। ଏ ପ୍ରକାର ଫଳାଫଳରୁ ଗୁରୁତର କୋଭିଡ୍ ସଂକ୍ରମଣ ବିରୋଧରେ ଭିଟାମିନ୍ ଡି ସୁରକ୍ଷା ଯୋଗାଉଥିବା ପ୍ରମାଣିତ ହୋଇଛି ବୋଲି ମୁଖ୍ୟ ଗବେଷକ ମାର୍ତା ଏନ୍ତ୍ରେନାସ୍ କାଷ୍ଟିଲୋ କହିଛନ୍ତି। ତେବେ ଏ ସଂକ୍ରାନ୍ତ ଏକ ବଳିଷ୍ଠ ସିଦ୍ଧାନ୍ତ ପାଇଁ ବିକ୍ଷିପ୍ତ ପରୀକ୍ଷଣ ଜରୁରୀ ବୋଲି ସେ ଟିପ୍ପଣୀ କରିଛନ୍ତି।
ଭିଟାମିନ୍-ଡି କମାଇବ କୋଭିଡ୍ରେ ଗୁରୁତର ହେବା ଆଶଙ୍କା
/sambad/media/post_attachments/wp-content/uploads/2018/07/16_07_567506038vitamin-d-foods-ll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)