ନୂଆଦିଲ୍ଳୀ: ଭ୍ୟାକ୍ସିନ୍‌ ବା ଟିକା ଶବ୍ଦଟି ଏବେ ଆପଣଙ୍କୁ ପୁରୁଣା ଲାଗୁଥାଇପାରେ। ମାତ୍ର ଯେତେବେଳେ କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରୁଥିଲା, ସେତେବେଳେ ଭାରତୀୟ ବୈଜ୍ଞାନିକମାନେ ଏହି ବିପଜ୍ଜନକ ଜୀବାଣୁ ମୁକାବିଲା ପାଇଁ କେବଳ ଏହି ଟିକା ପଛରେ ହିଁ ଧାଇଁଥିଲେ। ଦିନରାତି ଉତ୍ସର୍ଗୀକୃତ ଏବଂ କଠିନ ପରିଶ୍ରମ ପରେ ଭାରତୀୟ ବୈଜ୍ଞାନିକମାନେ କୋଭିଡ -୧୯ ପାଇଁ ଟିକା ତିଆରି କରିବାରେ ସଫଳ ହୋଇଥିଲେ।

Advertisment

କେବଳ ଦେଶବାସୀ ନୁହନ୍ତି, ସମଗ୍ର ବିଶ୍ୱ ଏଥିରୁ ଉପକୃତ ହୋଇଥିଲା। ବୈଜ୍ଞାନିକମାନଙ୍କ ଏହି ସଫଳତାକୁ ଦର୍ଶାଉଥିବା ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର୍‌'ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମର ପ୍ରଥମ ଲୁକ୍ ପ୍ରକାଶ କରିଛନ୍ତି।

‘ଦ କାଶ୍ମୀର ଫାଇଲ’ ପରି ଏକ ହିଟ୍ ଫିଲ୍ମ ଦେବା ପରେ ବିବେକ ଅଗ୍ନିହୋତ୍ରୀ ଏକ ନୂଆ ଚଳଚ୍ଚିତ୍ର ସହିତ ଫେରିଛନ୍ତି। ତାଙ୍କ ଏହି ଚଳଚ୍ଚିତ୍ର ‘ଭାକ୍ସିନ ୱାର୍‌’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ମଧ୍ୟ ଖୁବ୍‌ ଉତ୍ସାହୀ।

ଏକ ଏକ୍ସ ପୋ‌ଷ୍ଟ୍‌ ଜରିଆରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରି ବିବେକ ଲେଖିଛନ୍ତି 'ଭ୍ୟାକ୍ସିନ୍ ୱାର୍‌' ହେଉଛି ଭାରତର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ। ପୋଷ୍ଟରରେ ପଲ୍ଲବୀ ଯୋଶୀ, ନାନା ପାଟେକର, ନିବେଦିତା ଭଟ୍ଟାଚାର୍ଯ୍ୟ, ଅନୁପମ ଖେର, ରାଇମା ସେନ, ମୋହନ କପୁର ଏବଂ ସପ୍ତମୀ ଗୌଡ଼ାଙ୍କୁ ଦେଖିବାକୁ ମିଳିଛି।  ସମସ୍ତ ଚରିତ୍ର ବହୁତ ଗମ୍ଭୀର ଦିଶୁଛନ୍ତି।

ସେପ୍ଟେମ୍ବର ୨୮ ରେ ସାରା ବିଶ୍ୱରେ 'ଦ ଭ୍ୟାକ୍ସିନ୍ ୱାର୍‌' ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ୧୦ରୁ ଅଧିକ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।  ବିବେକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପଲ୍ଲବୀ ଯୋଶୀଙ୍କ ଦ୍ୱାରା ନିର୍ମିତ ହୋଇଛି। ଏହି ଚଳଚ୍ଚିତ୍ର ଅଗଷ୍ଟ ମାସରେ ଆମେରିକାର ବିଭିନ୍ନ ସହରରେ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ଦର୍ଶକମାନେ ଏହି ଫିଲ୍ମକୁ ଖୁବ୍ ଭଲପାଇବା ଦେଇଛନ୍ତି। ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀରବି ଶଙ୍କର ମଧ୍ୟ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ରିଲିଜ୍ ପୂର୍ବରୁ ପ୍ରଶଂସକମାନେ ବିବେକଙ୍କୁ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଉଛନ୍ତି।