ଲକ୍ଷ୍ନୌ: ମୃତ ଆପେଲ୍ ପରିଚାଳକ ବିବେକ ତିଓ୍ଵାରୀଙ୍କ ପତ୍ନୀ କଳ୍ପନା ତିଓ୍ଵାରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିଜର ଦାବି ବିଷୟରେ ଶୁଣାଇଥିଲେ। ଯୋଗୀ ଆଦିତ୍ୟନାଥ କଳ୍ପନାଙ୍କୁ ଲକ୍ଷ୍ନୌ ନଗର ନିଗମର ଜନସଂପର୍କ ଅଧିକାରୀ ଭାବରେ ନିଯୁକ୍ତି ଦେଇଛନ୍ତି। ଗତକାଲି କଳ୍ପନାଙ୍କ ଚାକିରି ସଂପର୍କରେ ଲକ୍ଷ୍ନୌର ମେୟର ସଂଯୁକ୍ତା ଭାଟିଆ ଆଶ୍ୱାସନା ଦେଇଥିଲେ। ଏହାପରେ ଆଜି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବିବେକ ତିଓ୍ଵାରୀଙ୍କ ପତ୍ନୀ କଳ୍ପନାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ବାସଭବନରେ ସାକ୍ଷାତ କରାଇଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ମୃତ ବିବେକ ତିଓ୍ଵାରୀଙ୍କ ପାଇଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପତ୍ନୀ, ପିଲା ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହା ଛଡ଼ା ଏହି ଜଘନ୍ୟ ଅପରାଧର ଅପରାଧୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଯୋଗୀ ସରକାର ଆହୁରି ବି କହିଛନ୍ତି କି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ଏହାର ତଦନ୍ତ କାର୍ଯ୍ୟ ଆରମ୍ଭ କରିିଛି।
/sambad/media/post_attachments/wp-content/uploads/2018/10/Kappana-Te-300x231.jpg)
ଉଲ୍ଲେଖଯୋଗ୍ୟ, ବିଳମ୍ବିତ ରାତ୍ରୀରେ ଘରକୁ ଫେରୁଥିବା ବେଳେ ଅଧାବାଟରେ ବିବେକ୍ଙ୍କୁ ଜଣେ କନ୍ଷ୍ଟବଲ୍ ଗାଡ଼ି ରଖିବାକୁ କହିଥିଲେ। ବିବେକ ଗାଡ଼ି ନ ରୋକିବାରୁ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବେକଙ୍କ ହତ୍ୟା ପରେ ତାଙ୍କ ପତ୍ନୀ କଳ୍ପନା ୧ କୋଟି ଟଙ୍କା ସହାୟତା ସହ ସରକାରୀ ଚାକିରି ଦାବି କରିଥିଲେ। ତାଙ୍କ ଏବେ ସୁଦ୍ଧା ୨୫ ଲକ୍ଷ ଟଙ୍କା ସହାୟତା ରାଶି ଭାବେ ଦିଆଯିବା ସହ ଲକ୍ଷ୍ନୌ ନଗର ଉନ୍ନୟନରେ ଜନ ସଂପର୍କ ଅଧିକାରୀ ପଦରେ ନିଯୁକ୍ତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/01_10_2018-kal-kal_18485843.jpg)