ନୂଆଦିଲ୍ଲୀ : ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଚୀନ ମୋବାଇଲ କମ୍ପାନି ଭିଭୋ । ଇଡି ପକ୍ଷରୁ ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ ।
Sambad is now on WhatsApp
Join and get latest news updates delivered to you via WhatsApp
ଭିଭୋ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି ଯେ ଭାରତରେ ଭିଭୋର ୯୦୦୦ କର୍ମଚାରୀ ଅଛନ୍ତି । କମ୍ପାନିର ବକେୟା ଦେୟ ମଧ୍ୟ ରହିଛି । ବ୍ୟାଙ୍କ ଖାତା ଅଚଳ ହୋଇଥିବାରୁ କମ୍ପାନି ନିଜ କର୍ମଚାରୀଙ୍କ ଦରମା ଦେଇପାରିବ ନାହିଁ, ଏହା ସହିତ ନିଜର ଅନ୍ୟାନ୍ୟ ସରକାରୀ ଓ ବୈଧାନିକ ଦେୟ ମଧ୍ୟ ଦାଖଲ କରିପାରିବ ନାହିଁ । ଇଡିର ଏହି କାର୍ୟ୍ୟନୁଷ୍ଠାନ ଏକ ପସନ୍ଦଯୋଗ୍ୟ ବ୍ୟବସାୟସ୍ଥଳୀ ଭାବେ ଭାରତର ଥିବା ସୁନାମକୁ ହାନୀ ପହଞ୍ଚାଉଛି ।
ଇଡି ପକ୍ଷରୁ ଗତ ଗୁରୁବାରଦିନ ସାରା ଦେଶରେ ଥିବା ଭିଭୋର ୪୮ଟି ଅଫିସରେ ଚଢଉ କରାଯାଇଛି ଓ ୧୧୭ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଥିଲା । ଏସବୁ ଖାତାରେ୬୬ କୋଟିର ସ୍ଥାୟୀ ଜମା ସହ ମୋଟ ୪୬୫ କୋଟି ଟଙ୍କା ଜମା ଥିଲା । ଏହା ସହିତ ୨ କିଲୋଗ୍ରାମ ଓଜନର ସୁନା ଓ ନଗଦ ୭୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଦିଲ୍ଲୀ ପୁଲିସ ଦ୍ବାରା ଗତ ଫେବ୍ରୁଆରି ମାସରେ କରାଯାଇଥିବା ଏକ ଏଫଆଇଆର କି ଭିତ୍ତିକରି ଇଡି ପକ୍ଷରୁ ସେହି ମାସରେ ହିଁ ତଦନ୍ତ ଆରମ୍ଭ କରାଯାଇଥିଲା ।