ନୌସେନା ଗୁପ୍ତଚର ରାକେଟ୍ : ମୁଖ୍ୟ ସୁତ୍ରଧର ଲକଡଓ୍ୱାଲାକୁ ଗିରଫକଲା ଏନଆଇଏ

ନୂଆଦିଲ୍ଲୀ : ଗତ ବର୍ଷ ବିଶାଖାପାଟଣାସ୍ଥିତ ଭାରତୀୟ ନୌସେନା ଘାଟିରେ ହୋଇଥିବା ଗୁପ୍ତଚରବୃତ୍ତି ଘଟଣାର ମୁଖ୍ୟ ସୁତ୍ରଧରକୁ ଏନଆଇଏ ଗିରଫ କରିଛି । ତାର ନାଁ ହେଉଛି ମହମ୍ମଦ ହାରୁନ ହାଜି ଅବଦୁଲ ରେହେମାନ ଲକଡଓ୍ୱାଲା । ସେ ମୁମ୍ବାଇର ଜଣେ ବ୍ୟବସାୟୀ ହୋଇଥିବାବେଳେ ତାକୁ ମୁମ୍ବାଇରୁ ଗିରଫ କରାଯାଇଛି । ତାର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଏନଆଇଏ କହିଛି ।

ସେ ପାକିସ୍ତାନର କରାଚୀର କେତେକ ବ୍ୟକ୍ତିଙ୍କ ତରଫରୁ ଭାରତୀୟ ନୌସେନା ଅଧିକାରୀଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଜମା କରିଥିଲା ।
ଗତ ବର୍ଷ ନଭେମ୍ବର ମାସରେ ଆନ୍ଧ୍ରପ୍ରଦେଶ ପୁଲିସ ଏହି ଗୁପ୍ତଚର ଘଟଣାର ପର୍ଦ୍ଦାଫାସ କରିଥିଲା । ଏହି ଘଟଣାରେ ଏନଆଇଏ ୧୧ ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଥିଲା ।

ତଦନ୍ତକାରୀମାନେ କହିଛନ୍ତି ଯେ ୨୦୧୮ ମଧ୍ୟ ଭାଗରୁ ବିଶାଖାପଟନମ୍‌, ମୁମ୍ବାଇ ଏବଂ କର୍‌ଓ୍ଵାର୍‌ ବେସ୍‌ରେ ନିଯୁକ୍ତ ଏହି ସାତଜଣ ନାବିକ ଜଣେ ଆଇଏସ୍‌ଆଇ ହ୍ୟାଣ୍ଡଲର୍‌ଙ୍କୁ ଭାରତୀୟ ଜାହାଜ ଓ ବୁଡ଼ା ଜାହାଜର ଅବସ୍ଥିତି ବିଷୟରେ ସ୍ପର୍ଶକାତର ତଥ୍ୟ ଯୋଗାଇ ଦେଉଥିଲେ। ତିନି ଚାରି ଜଣ ନାରୀ ଏମାନଙ୍କ ସହ ଅନ୍‌ଲାଇନ୍‌ରେ ସମ୍ପର୍କ ରଖି ଜଣେ ବ୍ୟବସାୟୀ ଏବଂ ଆଇଏସ୍‌ଆଇ ହ୍ୟାଣ୍ଡଲର୍‌ଙ୍କ ସହ ପରିଚୟ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର