ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ୱର ଆଡକୁ ଦେଶରେ କରୋନାର ତୃତୀୟ ଲହରୀ ଆସିବାକୁ ଯାଉଛି ବୋଲି କିଛି ବିଶେଷଜ୍ଞ କହୁଛନ୍ତି | ତେବେ ମଙ୍ଗଳବାର ଦିନ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ କହିଛନ୍ତି ଯେ କରୋନା ମହାମାରୀର ତୃତୀୟ ଲହରୀକୁ ଆସିବା ଆମେ ବନ୍ଦ କରିପାରିବା | ତୃତୀୟ ଲହରୀ କିଭଳି ନ ଆସିବ ତାହା ଆମ ହାତରେ ଅଛି | ସେ କହିଛନ୍ତି ଯେ ଯଦି ଆମେ କୋଭିଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁ ଏବଂ ସମସ୍ତେ ଟିକା ନିଅନ୍ତି, ତେବେ ତୃତୀୟ ତରଙ୍ଗକୁ ରୋକାଯାଇପାରିବ। ସୂଚନା ଥାଉ କି ଯେ ସୋମବାର ଠାରୁ ଦେଶରେ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।
ଗତକାଲି ଭାରତରେ ଗୋଟିଏ ଦିନରେ ୮୬.୧୬ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା। ଏହାକୁ ନେଇ ଭି.କେ ପଲ କହିଛନ୍ତି ଯେ ଏହି ଦିନିକିଆ ଚିତ୍ର ଦର୍ଶାଉଛି ଯେ ଦେଶରେ ଟିକାକରଣ ଅଭିଯାନ ଆଗାମୀ ଦିନ ଏବଂ ସପ୍ତାହରେ ବ୍ୟାପକ ସ୍ତରରେ ପହଞ୍ଚିବ। ପଲ କହିଛନ୍ତି,ଯେ ତୃତୀୟ ଲହରୀ ଆସୁଛି କି ନାହିଁ ତାହା ଆମ ହାତରେ ଅଛି।
ଯଦି ଆମେ କୋଭିଡ୍ ଗାଇଡଲାଇନ ଅନୁସରଣ କରୁ ଏବଂ ନିଜକୁ ଟିକାକରଣ ଅଭିଯାନରେ ସାମିଲ କରିବା ତେବେ ତୃତୀୟ ତରଙ୍ଗ କାହିଁକି ଆସିବ | ଏପରି ଅନେକ ଦେଶ ଅଛି ଯେଉଁଠାରେ ଦ୍ୱିତୀୟ ତରଙ୍ଗ ମଧ୍ୟ ଆସିନାହିଁ | ଯଦି ଆମେ ଏହି ସବୁ କଥାକୁ ମାନିବା ତେବେ ତୃତୀୟ ଲହରୀ ଆସିପାରିବ ନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/We-Can-Stop-3rd-Wave-of-Covid_Thumbnail.jpg)