ପୁରୁଷ ଜୁଡୋ ଚାମ୍ପିଆନ୍‌ଙ୍କୁ ହରାଇବା ପରେ ମହିଳା ଚାମ୍ପିଆନ୍‌ଙ୍କ ଠାରୁ ପରାସ୍ତ ହେଲେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌

ନୂଆଦିଲ୍ଲୀ: ନିଜ ଦେଶର ଜାତୀୟ ଜୁଡୋ ଟିମ୍‌ର ଚାମ୍ପିଆନ୍‌ଙ୍କ ସହ ଲଢ଼ି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ ତାଙ୍କର ଜୁଡୋ ପାରଦର୍ଶିତା ପ୍ରଦର୍ଶନ କରିଥିବାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି। ୬୬ ବର୍ଷିୟ ବ୍ଲାକ୍‌ ବେଲ୍‌ଟ୍‌ ଭ୍ଲାଦିମିର୍‌ ରୁଷ୍‌ର କେତେକ ସୁଦକ୍ଷ ଜୁଡୋ ଖେଳାଳିଙ୍କୁ ଧରାଶାୟୀ କରିଥିବାର ଦୃଶ୍ୟ ସେଥିରେ ରହିଛି।

୯୦ ସେକେଣ୍ଡ୍‌ର ଏହି ଭିଡିଓରେ ଦେଖା ଯାଉଛି ରୁଷୀୟ ରାଷ୍ଟ୍ରପତି ନିଜର ଜୁଡ଼ୋ କରାମତି ଦେଖାଇ ଜଣକ ପରେ ଜଣଙ୍କୁ ତଳେ ପକାଇ ଦେଉଛନ୍ତି।

କିନ୍ତୁ, ଜଣେ ମାତ୍ର ଯିଏ ତାଙ୍କୁ ପରାସ୍ତ କରିବାରେ ସମର୍ଥ ହୋଇଛନ୍ତି, ସେ ହେଉଛନ୍ତି ମହିଳା ଅଲିମ୍ପିଆନ୍‌ ନାତାଲିଆ କୁଜିଉତିନା। ସେ ୨୦୧୬ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିଣିଥିଲେ।

ନାତାଲିଆ ଲାଗି ଲାଗି ଶେଷକୁ ପୁତିନଙ୍କୁ ହରାଇବାରେ ସମର୍ଥ ହେଲେ।

ସମ୍ବନ୍ଧିତ ଖବର