ଏଡଓ୍ବାର୍ଡ ସ୍ନୋଡେନଙ୍କୁ ନାଗରିକତା ଦେଲା ରୁଷ

ମସ୍କୋ: ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ପୂର୍ବତନ କଣ୍ଟ୍ରାକ୍ଟର ଏଡୱାର୍ଡ ସ୍ନୋଡେନଙ୍କୁ ରୁଷର ନାଗରିକତା ମିଳିବ । ଏ ନେଇ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

୩୯ ବର୍ଷିୟ ସ୍ନୋଡେନ ୨୦୧୩ରେ ସିଆଇଏର କେତେକ ଗୁପ୍ତ ଫାଇଲ ଲିକ୍ କରିଦେଇଥିଲେ । ସେଥିରେ ଆମେରିକା ସେନା ଓ ସିଆଇଏର ବିଭିନ୍ନ ଗୁପ୍ତଚର ଅପରେସନ ବିଷୟରେ ସୂଚନା ଥିଲା । ଏହା ପରେ ସିଆଇଏ ତାଙ୍କ ପଛରେ ପଡ଼ିଯାଇଥିଲା । ଏହା ଜାଣିବା ପରେ ସେ ଆମେରିକା ଛାଡି ପଳାଇଥିଲେ ଏବଂ ରୁଷ ତାଙ୍କୁ ଆଶ୍ରୟ ଦେଇଥିଲା ।

ଗୁପ୍ତଚର ଅଭିଯୋଗରେ ସ୍ନୋଡେନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।  ରୁଷ ନାଗରିକତା ପାଇବା ପରେ ତାଙ୍କ ନିକଟରୁ ରୁଷ ଆମେରିକା ବିରୋଧରେ ଅନେତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିପାରିବ । ଏହା ଆମେରିକାକୁ ସମସ୍ୟାରେ ପକାଇବାର ଆଶଙ୍କା ରହିଛି । ତେବେ ରୁଷର ନାଗରିକତା ପ୍ରଦାନ ସଂପର୍କରେ ଆମେରିକାର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର