ମସ୍କୋ: ୨୦୩୬ ମସିହା ପର୍ଯ୍ୟନ୍ତ କ୍ଷମତାରେ ରହିବାକୁ ଭ୍ଲାଦିମିର ପୁଟିନ୍ଙ୍କୁ ରୁଷ୍ବାସୀ ବୁଧବାର ଦିନ ଭୋଟ୍ ଦେଇଛନ୍ତି। କେତେକ ସାମ୍ବିଧାନିକ ପରିବର୍ତ୍ତନ ପ୍ୟାକେଜ୍ ପାଇଁ ପୁଟିନ୍ ଘୋଷଣା କରିଥିବାରୁ ବୁଧବାର ଦିନ ରୁଷୀୟମାନେ ବିପୁଳ ସଂଖ୍ୟାରେ ତାଙ୍କୁ ଭୋଟ୍ ଦେଇଥିବା ଜଣାପଡ଼ିଛି।
ମତଦାନ ଶେଷ ହେବାର ପାଞ୍ଚ ଘଣ୍ଟା ପୂର୍ବରୁ ଘୋଷିତ ଆଂଶିକ ଫଳାଫଳ ସୂଚାଇ ଦେଉଛି ଯେ, ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ଭାବେ ଦୁଇ ଦଶନ୍ଧିରୁ ଅଧିକ କାଳ ହେବ ରୁଷ୍କୁ ଶାସନ କରୁଥିବା ପୂର୍ବତନ କେଜିବି ଅଧିକାରୀ ପୁଟିନ୍ ଆଉ ଦୁଇ ପାଳି ଶାସନ କରିବାକୁ ଜନସାଧାରଣଙ୍କ ମତ ପାଇଛନ୍ତି।
Image Courtesy of South China Morning Postଏହାର ଅର୍ଥ ସେ ଆଉ ୧୬ ବର୍ଷ ଲାଗି ରାଷ୍ଟ୍ରପତି ହୋଇ ରହିପାରିବେ। ସେଣ୍ଟ୍ରାଲ୍ ଇଲେକ୍ସନ୍ କମିସନ୍ କହିଛି ଯେ, ବିଶ୍ବର ସର୍ବବୃହତ୍ ଦେଶ ରୁଷ୍ର ମାତ୍ର ୭୦% ଭୋଟ୍ ଗଣତିରୁ ସ୍ପଷ୍ଟ ହୋଇଯାଇଛି, ଲୋକେ ସମ୍ବିଧାନ ସଂଶୋଧନକୁ ସମର୍ଥନ କରୁଛନ୍ତି। ୨. ୬୮% ବାଲଟ୍ର ପ୍ରାୟ ୨୯% ଭୋଟ୍ ଗଣତି ହୋଇଛି। ସମ୍ପୂର୍ଣ୍ଣ ଫଳାଫଳ ଆଜି ସନ୍ଧ୍ୟା ୭ଟାରେ ପ୍ରକାଶ ପାଇବ।
ପେନ୍ସନ୍ ସୁରକ୍ଷା ଲାଗୁ, ସମଲିଙ୍ଗୀ ବିବାହ ଉପରେ ନିଷେଧାଦେଶ ଜାରି ଭଳି ରୁଷୀୟ ସମ୍ବିଧାନରେ ବ୍ୟାପକ ପରିବର୍ତ୍ତନ କରାଯିବ ବୋଲି ପ୍ରଚାର ଅଭିଯାନରେ ପ୍ରତିଶ୍ରୁତି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/putin.jpg)