କେମେରୋଭୋ: ରବିବାର ଦିନ ଅନୁଷ୍ଠିତ ପୁନର୍ନିବାଚନରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବିପୁଳ ସଂଖ୍ୟା ଗରିଷ୍ଠତା ସହ ବିଜୟ ଲାଭ କରିଛନ୍ତି। ଫଳତଃ ସେ ଆଗାମୀ ଛଅ ବର୍ଷ ପର୍ଯ୍ୟନ୍ତ ପୁଣି କ୍ଷମତାରେ ରହିବେ।
ପୁଟିନ୍ଙ୍କ ବିଜୟ ତାଙ୍କୁ ବିଶ୍ୱର ସର୍ବବୃହତ୍ ଦେଶ ରୁଷ୍ର ଶାସକ ଭାବେ ପାଖାପାଖି ଏକ ଶତାବ୍ଦୀର ଏକ ଚତୁର୍ଥାଂଶ ଯାଏ ଅବସ୍ଥାପିତ କରାଇବ। ଅର୍ଥାତ୍ ସେ ୨୦୨୪ ଯାଏଁ କ୍ଷମତାରେ ରହିବେ ଏବଂ ସେତେବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇ ଯାଇଥିବ। କେବଳ ସୋଭିଏତ୍ ଏକଚ୍ଛଦ୍ରବାଦୀ ଯୋଶେଫ୍ ଷ୍ଟାଲିନ୍ଙ୍କ ଦୀର୍ଘ ବର୍ଷ ଶାସନ କ୍ଷମତାରେ ରହିଥିଲେ। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ କବଳରୁ ନିରାପଦ ରହିବାକୁ ରୁଷ୍ର ପ୍ରତିରକ୍ଷା ସୁଦୃଢ଼ କରିବା ଓ ବଞ୍ଚିବାର ମାନ ବଢ଼ାଇବାକୁ ପୁଟିନ୍ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ।
ମାତ୍ର ୭୦%ରୁ ସାମାନ୍ୟ ଅଧିକ ଭୋଟ୍ ଗଣନା କରିଥିବା ସେଣ୍ଟ୍ରାଲ୍ ଇଲେକ୍ସନ୍ କମିସନ୍ ଘୋଷଣା କଲେ ଯେ ଗତ ୧୮ ବର୍ଷ ହେବ କ୍ଷମତାରେ ଥିବା ପୁଟିନ୍ ୭୫. ୯% ଭୋଟ୍ ପାଇଛନ୍ତି।
ରେଡ୍ ସ୍କୋୟାର୍ ଠାରେ ବିଜୟୀ ଭାଷଣ ଦେଇ ପୁଟିନ୍ ହର୍ଷୋତ୍ଫୁଲ୍ଲିତ ଜନତାଙ୍କୁ ସେ ବଡ଼ କଠିନ ପରିସ୍ଥିତିରେ ଆସ୍ଥାଭୋଟ୍ ଜିଣିଛନ୍ତି।
ଏଭଳି ଏକତା ବଜାୟ ରଖିବା ଅତି ଗୁରୁତ୍ୱପୂର୍ଣ୍ଣ। ଆମର ମହାନ୍ ମାତୃଭୂମିର ଭବିଷ୍ୟତ କଥା ଆମେ ଚିନ୍ତା କରିବା ଉଚିତ।