‘ଏଚ୍‌ଆଇଭି’, ‘ହେପାଟାଇଟିସ୍‌’ ଆକ୍ରାନ୍ତ ଦୋଷୀମାନଙ୍କୁ ନିଯୁକ୍ତି ଦେଉଛି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ‘ପ୍ରାଇଭେଟ୍‌ ଆର୍ମି’

ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ବ୍ୟକ୍ତିଗତ ସେନା କୁହାଯାଉଥିବା ‘ଦି ୱାଗ୍‌ନର୍‌ ଗ୍ରୁପ୍‌’ ୟୁକ୍ରେନ୍‌ ଯୁଦ୍ଧରେ ମୁତୟନ ନିମନ୍ତେ ‘ଏଚ୍‌ଆଇଭି’ ଏବଂ ‘ହେପାଟାଇଟିସ୍‌ ସି’ ଭଳି ରୋଗାକ୍ରାନ୍ତ ଦୋଷୀ ସାବ୍ୟସ୍ତମାନଙ୍କୁ ନିଯୁକ୍ତି ଦେଉଥିବା କଥା ବ୍ରିଟେନ୍‌ ଗୁଇନ୍ଦା କହିଛି।

ବ୍ରିଟେନ୍‌ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସଂଗଠିତ ଯୁଦ୍ଧରେ ‘ୱାଗ୍‌ନର୍‌ ଗ୍ରୁପ୍‌’ ନିଯୁକ୍ତିରେ ଅପେକ୍ଷାକୃତ ଉଚ୍ଚ ମାନକ (ଷ୍ଟାଣ୍ଡାର୍ଡ) ବଜାୟ ରଖୁଥିଲା। ସେଥିରେ ନିଯୁକ୍ତ ଅନେକ ଅପରେଟର୍‌ ପୂର୍ବରୁ ବୃତ୍ତିଗତ ଭାବେ ସୈନିକ ଥିଲେ।

କିନ୍ତୁ, ରୋଗାକ୍ରାନ୍ତ କଏଦୀମାନଙ୍କୁ ‘ଦି ୱାଗ୍‌ନର୍‌ ଗ୍ରୁପ୍‌’ରେ ନିଯୁକ୍ତ କରାଯିବା କଥାରୁ ଜଣାପଡୁଛି ଯେ, ଅଭିଜ୍ଞତା ଅଥବା ମାନ ଅପେକ୍ଷା ସଂଖ୍ୟା ଉପରେ ଏବେ ଗୁରୁତ୍ବାରୋପ କରାଯାଉଛି ବୋଲି ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

Image Courtesy of New18

ୟୁକ୍ରେନ୍‌ର ସାମରିକ ଗୁଇନ୍ଦା ମଧ୍ୟ କହିଛି ଯେ, ଅସୁସ୍ଥତା ସୂଚାଇବାକୁ ବାହୁରେ ରଙ୍ଗିନ୍‌ ବାହୁଟି ବନ୍ଧା ଯାଇଥିବା ୧୦୦ରୁ ଅଧିକ କଏଦୀଙ୍କୁ ମୁତୟନ କରାଯାଇଛି। ଫଳରେ ସୁସ୍ଥ ସୈନିକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

‘ସିଏନ୍‌ଏନ୍‌’ ଉପସ୍ଥାପକ ଏରିନ୍‌ ବର୍ଣ୍ଣେଟ୍‌ ମଧ୍ୟ କହିଛନ୍ତି ଯେ, ମଣିଷ ଅଭାବ ଉତ୍କଟ ହୋଇଥିବାରୁ ସୈନିକ ଅଭାବ ଉତ୍କଟ ହୋଇଛି।

ଦି ୱାଗ୍‌ନର୍‌ ଗ୍ରୁପ୍‌ ସହ କ‌ୌଣସି ସମ୍ପର୍କ ନାହିଁ ବୋଲି କ୍ରେମ୍‌ଲିନ୍‌ କହୁଥିଲେ ମଧ୍ୟ ମସ୍କୋର ବୈଦେଶିକ ଅଭିଳାଷ ପରିପୂରଣ ନିମନ୍ତେ ଏହି ଗ୍ରୁପ୍‌ର ଭୂମିକା ଥିବା କଥା ଅନେକ ବର୍ଷ ହେବ ସନ୍ଦେହ କରାଯାଉଥିଲା। ୟୁକ୍ରେନୀୟ ବଳକୁ ବିତାଡ଼ିତ କରିବାରେ ରୁଷ୍‌ ସମର୍ଥକ ବିଚ୍ଛିନ୍ନତାବାଦୀମାନଙ୍କୁ ସାହାଯ୍ୟ କରିବା ଲାଗି ଏହି ଗ୍ରୁପ୍‌ ୨୦୧୪ରେ ସେ ଅଞ୍ଚଳକୁ ଯାଇଥିଲେ।

ସମ୍ବନ୍ଧିତ ଖବର