ମାନିଲା:ଫିଲିପାଇନ୍ସର ସେଣ୍ଟ୍ରାଲ ଆଲବେ ପ୍ରଦେଶର ମୈୟନ୍ ଆଗ୍ନେୟଗିରିରୁ ଜ୍ୱଳନ୍ତ ଲାଭା ଉଦଗୀରଣ ହେବା ଫଳରେ ୧୨ ହଜାରରୁ ଉର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ତାପିତ କରାଯାଇ ସାରିଲାଣି। ଆଗ୍ନେୟଗିରିର ଶିଖର ସୋମବାର ସକାଳେ ଜୋର୍ରେ ଥରିବା ପରେ ବିଶେଷଜ୍ଞମାନେ ଏହି ଉଦ୍ଗୀରଣ ନେଇ ଚେତାବନୀ ଦେଇଥିଲେ। ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ୱାରା ଆଗ୍ନେୟଗିରିର ୭ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଜନବସତିକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତରିତ କରାଯାଉଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଖବର ଲେଖାହେବା ଯାଏଁ ଏହି ଜ୍ୱଳନ୍ତ ଲାଭା ଆଗ୍ନେୟଗିରିର ୩ କିମି ପର୍ଯ୍ୟନ୍ତ ବ୍ୟାପି ସାରିଥିବା ଜଣାପଡ଼ିଛି। ଏହା ଏକ ଭ୍ରମଣ ସ୍ଥଳୀ ହୋଇଥିବାରୁ ଆଗ୍ନେୟଗିରିର ୭ କିମି ଯାଏଁ ନଯିବାକୁ ସମସ୍ତଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ୧୮୪୧ ଖ୍ରାଷ୍ଟାବ୍ଦରେ ଏହି ଆଗ୍ନେୟଗିରିରୁ ହୋଇଥିବା ଭୟଙ୍କର ଉଦ୍ଗୀରଣ ଫଳରେ ଅନ୍ୟୁନ ୧୨ଶହ ଜଣଙ୍କର ପ୍ରାଣହାନୀ ହୋଇଥିଲା। ଫିଲିପାଇନ୍ସ ଏକ ଆଗ୍ନେୟଗିରି ପ୍ରବଣ ଦେଶ। ୧୯୯୧ ମସିହାରେ ଏଠାରେ ଥିବା ଏକ ଆଗ୍ନେୟଗିରିରୁ ଉଦ୍ଗୀରଣ ହେବା ଫଳରେ ୨୦୦ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୯ଶହ ଜଣଙ୍କର ମୃତ୍ୟୁ ହୋଇଥିଲା।
ଫିଲିପାଇନ୍ସରେ ଆଗ୍ନେୟ ଉଦ୍ଗୀରଣ:ଘର ଛାଡ଼ିିଲେ ୧୨ ହଜାର ବାସିନ୍ଦା
/sambad/media/post_attachments/wp-content/uploads/2018/01/WEB-Philippines-Volcano.jpg)