ପ୍ରବାସୀ ଶ୍ରମିକମାନଙ୍କୁ ବୃତ୍ତିଗତ ତାଲିମ ଦିଆଯିବ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଯୋଗୁଁ ନିଜ ନିଜ ରାଜ୍ୟକୁ ଫେରି ଯାଇଥିବା ଶ୍ରମିକମାନଙ୍କୁ ସେଠାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୃତ୍ତିଗତ ତାଲିମ ପ୍ରଦାନ କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ମର୍ମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି।

ବୃତ୍ତିଗତ ତାଲିମ ପାଇଁ ଯୁବ ଓ ଶ୍ରମିକମାନଙ୍କର ଦକ୍ଷତା ସମ୍ପର୍କିତ ତାଲିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। ରାଜ୍ୟ ସରକାରଙ୍କ ତାଲିକାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁବକ ଓ ଶ୍ରମିକମାନଙ୍କୁ କେଉଁ ସବୁ ଉଦ୍ୟୋଗରେ ସାମିଲ କରାଯାଇପାରିବ ସେ ନେଇ ଆକଳନ କରାଯାଇପାରିବ। ମିଳିଥିବା ସୂତ୍ର ଅନୁସାରେ, ଚଳିତ ସେପ୍‌ଟେମ୍ବର ମାସରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁଯାଉଛି। ଇତିମଧ୍ୟରେ ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକ ତଥା ବିଦେଶ‌ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ରାଜ୍ୟକୁ ଫେରୁଛନ୍ତି। ଶ୍ରମିକମାନଙ୍କୁ ଆବଶ୍ୟକତା ଆଧାରରେ ସେମାନଙ୍କର ବୃତ୍ତିଗତ ଦକ୍ଷତାର ବିକାଶ କରାଯିବ ତଥା ପ୍ରଶିକ୍ଷଣ ଦିଆଯିବ ଯାହାଫଳରେ ସେମାନେଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ରୋଜଗାର ମିଳିପିାରିବ। ଫଳରେ ଭବିଷ୍ୟତରେ ସେମାନଙ୍କୁ ଅନ୍ୟ ରାଜ୍ୟମାନଙ୍କୁ ଜୀବିକାଅର୍ଜନ ଯିବାକୁ ରୋକାଯାଇପାରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର