ରିଲାଏନ୍ସ ଜିଓର ମାଗଣା ଯୁଗ ସରିଥିଲେ ବି ଆଇଡିଆ ଓ ଭୋଡାଫୋନ ପକ୍ଷରୁ ପୂର୍ବଭଳି ମାଗଣା ସେବା ଜାରି ରହିବ

ମୁମ୍ବାଇ : ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ ହେବାପରେ ଏଣକି ଅନ୍ୟ ନେଟଓ୍ଵାର୍କକୁ ଆଉଟଗୋଇଙ୍ଗ କଲ ପାଇଁ ଜିଓ ମିନିଟପିଛା ୬ ପଇସା ଆଦାୟ କରିବ । ଇଣ୍ଟରକନେକ୍ସନ ୟୁସେଜ୍ ଚାର୍ଜେସ ବାବଦରେ କମ୍ପାନି ଏହା ଆଦାୟ କରିବ । ତେବେ ପ୍ରିପେଡ ଗ୍ରାହକମାନେ ଏକ ଆଇୟୁସି ଟପ-ଅପ ଭାଉଚର ପକାଇ ନନ-ଜିଓ ମୋବାଇଲ ନମ୍ବର( ଏୟାରଟେଲ, ଭୋଡାଫୋନ-ଆଇଡିଆ, ବିଏସଏନଏଲ, ଏମଟିଏନଏଲ) କୁ ପୂର୍ବପରି ମାଗଣାରେ କଲ କରିପାରିବେ ।

ଏହି ଘୋଷଣା ହେବା ପରେ ଆଇଡିଆ ଓ ଭୋଡାଫୋନ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ନେଟୱର୍କକୁ କଲ୍ କଲେ ୟୁଜରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଏଣୁ ଭୋଡାଫୋନ-ଆଇଡିଆ ୟୁଜର କଲ କରିବା ସମୟରେ କେଉଁ ନେଟୱର୍କକୁ କଲ୍ କରୁଛନ୍ତି ତାହା ଦେଖିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।

Oneindia

ଆଇଡିଆ-ଭୋଡାଫୋନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ,ଆଇୟୁସିରେ ତରବର ଭାବେ ପଦକ୍ଷେପ ନିଆଯାଇଛି । ଏହାର ଭାର ଗ୍ରାହକଙ୍କ ଉପରେ ପଡିବା ଅନୁଚିତ । କଂପାନି ସାରା ଦେଶରେ ଗ୍ରାହକଙ୍କୁ ୨ଜି, ୩ଜି ଓ ୪ଜି ସେବା ପ୍ରଦାନ କରୁଛି। ସୂଚନାଯୋଗ୍ୟ, ଏବେ ଭୋଡଫୋନ-ଆଇଡିଆର ୧୧୯ ଟଙ୍କାର ପ୍ଲାନରେ ୨୮ଦିନ ଭାଲିଡିଟି ସହ ଅନଲିମିଟେଡ୍ ଲୋକାଲ ଓ ଏସଟିଡି କଲିଂର ସୁବିଧା ଏବଂ ୧ ଜିବି ଡାଟା ମିଳୁଛି ।

ସମ୍ବନ୍ଧିତ ଖବର