କାବୁଲ: ତାଲିବାନ କର୍ତ୍ତୃପକ୍ଷ ଆଜିଠାରୁ ଆଫଗାନିସ୍ତାନରେ ଭଏସ୍ ଅଫ୍ ଆମେରିକା (ଭିଓଏ) ଏବଂ ରେଡିଓ ଫ୍ରି ୟୁରୋପ/ରେଡିଓ ଲିବର୍ଟି ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭଏସ୍ ଅଫ୍ ଆମେରିକା କହିଛି ଯେ ତାଲିବାନ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସୂଚନା ନ ଦେଇ ଏକପାଖିଆ ପଦକ୍ଷେପ ନେଇଛନ୍ତି। ଭିଓଏ ଏବଂ ଆର୍ଏଫ୍ୟୁ ଆମେରିକା ସରକାରଙ୍କ ଦ୍ବାରା ଆର୍ଥିକ ଅନୁଦାନପ୍ରାପ୍ତ। ଦୀର୍ଘ ୨୦ ବର୍ଷ ଯୁଦ୍ଧ ଲାଗି ରହିବା ପରେ ୨୦୨୧ରେ ତାଲିବାନ ଆଫଗାନିସ୍ତାନ ଦଖଲ କରିଥିଲା।
ଆଫ୍ଗାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ କହର ବାଲ୍ଖି କହିଛନ୍ତି ଯେ ଆଫଗାନିସ୍ତାନରେ ନିଜସ୍ବ ଗଣମାଧ୍ୟମ ଆଇନ ରହିଛି। ବାରମ୍ବାର ପ୍ରେସ୍ ଆଇନ ଉଲ୍ଲଂଘନ କରୁଥିବା ଯେ କୌଣସି ନେଟୱର୍କକୁ ସରକାର ବିନା ସୂଚନାରେ ବନ୍ଦ କରିପାରିବେ। ଭିଓଏ ଏବଂ ଅନ୍ୟ ରେଡିଓ ସଂସ୍ଥା ଏହି ନିୟମ ମାନିବାରେ ବିଫଳ ହୋଇଥିଲେ। ସେମାନଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଥିଲା। ତେଣୁ ସେମାନଙ୍କୁ ପ୍ରସାରଣ ସୁଯୋଗ ଆଉ ମିଳିବ ନାହିଁ ବୋଲି ସେ କହିଛନ୍ତି। ତାଲିବାନ ଦଖଲ ପରେ ଆଫଗାନିସ୍ତାରେ ୪୦% ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି ଏବଂ ଅନେକ ସଂସ୍ଥା ସ୍ବାଧୀନତା ହରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/54564f6fsffsfffhfh.jpg)