ଜାକାର୍ତ୍ତା : ଇଣ୍ଡୋନେସିଆର ମାଉଣ୍ଟ ସିନାବଙ୍ଗରେ ଆଜି ପୁଣି ଥରେ ଆଗ୍ନେୟ ଉଦଗୀରଣ ହୋଇଛି । ଏହା ଫଳରେ ଆକାଶରେ ପ୍ରାୟ ୫ କିଲୋମିଟର ଉଚ୍ଚକୁ ପାଉଁଶ ଉଠୁଥିବା ଦେଖାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏହି ମାଉଣ୍ଟ ସିନାବଙ୍ଗ ଅବସ୍ଥିତ । ପ୍ରାୟ ଏକ ବର୍ଷ ଧରି ନିଷ୍କ୍ରିୟ ରହିବା ପରେ ଗତ ଶନିବାରଦିନ ପ୍ରଥମଥର ପାଇଁ ଏହି ଆଗ୍ନେୟ ଗିରିରୁ ଉଦଗୀରଣ ହୋଇଥିଲା । ଦୁଇ ଦିନପରେ ଆଜି ଅର୍ଥାତ ସୋମବାରଦିନ ଏଠାରୁ ପୁଣି ଥରେ ଉଦଗୀରଣ ଦେଖିବାକୁ ମିଳିଛି । ଏହା ଫଳରେ ପ୍ରାୟ ୫ କିଲୋମିଟର ଉଚ୍ଚକୁ ପାଉଁଶ ଉଠିଯାଇଥିବାବେଳେ ଏହା ଯୋଗୁଁ ଦିନ ବେଳେ ସ୍ଥାନୀୟ ଅଞ୍ଚଳରେ ରାତି ପରି ଅନ୍ଧାର ଘୋଟିଯାଇଛି ।
🔴💥⚡🔥🇮🇩 Indonésie : entré en éruption, le volcan #Sinabung rejette d’immenses colonnes de cendres❗‼️
Le volcan, situé au nord de Sumatra, s’est réveillé, en recouvrant de cendres des villages entiers.— Pablo Neruda 🐝 (@Pabloneruda54) August 10, 2020
ଏହା ଜଣାପଡ଼ିବା ପରେ ଇଣ୍ଡୋନେସିଆର ସରକାରୀ ଅଧିକାରୀମାନେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଦେଇଛନ୍ତି । ଲାଭା ନିର୍ଗତ ଆରମ୍ଭ ହୋଇଯାଇଥିବାରୁ ଲୋକମାନଙ୍କୁ ଏହି ଆଗ୍ନେୟ ଗିରିଠାରୁ ଅତି କମରେ ୩ କିଲୋମିଟର ଦୂରରେ ରହିବାକୁ କୁହାଯାଇଛି । ତେବେ ଏହି ଘଟଣାରେ କୌଣସି ଧନଜୀବନ ହାନୀ ହେବାର ଖବର ହସ୍ତଗତ ହୋଇନାହିଁ ।
ପ୍ରାୟ ୪ ମାସ ତଳେ ଇଣ୍ଡୋନେସିଆର ସକ୍ରିୟ ଆଗ୍ନେୟ ଗିରି ଅନକ କ୍ରାକାଟାଉରେ ଅଗ୍ନି ଉଦଗୀରଣ ହୋଇଥିଲା । ଏହା ଫଳରେ ପ୍ରାୟ ୪ କିଲୋମିଟର ଉଚ୍ଚକୁ ଗରମ ପାଉଁଶ ଓ ବିଷାକ୍ତ ଧୂଆଁ ଉଠିଯାଇଥିଲା ।