ନିଲାମ ହେବ ଜେଲେନ୍‌ସ୍କିଙ୍କ ସ୍ବାକ୍ଷରିତ ବେସ୍‌ବଲ୍‌; ୟୁକ୍ରେନ୍‌ ରିଲିଫ୍‌ କାମରେ ଲାଗିବ ବିକ୍ରୟ ଲବ୍ଧ ଅର୍ଥ

ନୂଆଦିଲ୍ଲୀ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କଦ୍ବାରା ସ୍ବାକ୍ଷରିତ ଏକ ‘ମେଜର୍‌ ଲିଗ୍‌ ବେସ୍‌ବଲ୍‌’ (ଏମ୍‌ଏଲ୍‌ବି) ବଲ୍‌ ନିଲାମ କରାଯାଇ ବିକ୍ରୟ ଲବ୍ଧ ଅର୍ଥକୁ ୟୁକେନ୍‌ରେ ଚାଲିଥିବା ରିଲିଫ୍‌ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ‘ଟିଏମ୍‌ଜେଡ୍‌’ ରିପୋର୍ଟ କରିଛି।

ଉକ୍ତ ‘ଏମ୍‌ଏଲ୍‌ବି’ ବେସ୍‌ବଲ୍‌ର ଗୋଟିଏ  ପାର୍ଶ୍ବରେ ୟୁକ୍ରେନୀୟ ‘କର୍ସିଭ୍‌’ ଏବଂ ‘ଇଂଲିସ୍‌’ ଅକ୍ଷରରେ ‘ଜେଲେନ୍‌ସ୍କି’ ବୋଲି ଲେଖାଯାଇଛି। ୨୦୧୯ରେ ‘ବିଗ୍‌ ଆପ୍ଲ’ ଗସ୍ତ ସମୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଉକ୍ତ ବଲ୍‌ରେ ତାଙ୍କ ନାମର ଶେଷ ଭାଗଟି ଲେଖିଥିଲେ। ସେ ସମୟରେ ଜାତିସଂଘରେ ୟୁକ୍ରେନର ରାଷ୍ଟ୍ରଦୂତ ଥିବା ଭୋଲୋଦିମିର୍‌ ୟେଲଚେଙ୍କୋ ସ୍ବାକ୍ଷରିତ ଏକ ପତ୍ର ସହ ଏହି ବଲ୍‌ଟି ଆସିଛି।

Image Courtesy of New York Post

‘ଟିଏମ୍‌ଜେଡ୍‌’ ରିପୋର୍ଟ ଅନୁସାରେ, ‘ଆର୍‌ଆର୍‌ ଅକ୍ସନ୍‌’ ଜରିଆରେ ଉକ୍ତ ବେସ୍‌ବଲ୍‌ଟି ବିକ୍ରୟ ହେବ। ଏହାକୁ ଅନ୍ୟୂନ ୧୫,୦୦୦ ଡଲାର୍‌ରେ ବିକ୍ରୟ କରାଯିବ ବୋଲି ‘ଟିଏମ୍‌ଜେଡ୍‌’ ଆଶା କରୁଛି। ନିଲାମ ତାଲିକାରେ ଉକ୍ତ ବେସ୍‌ବଲ୍‌ଟିର ଅବସ୍ଥା ଖୁବ୍‌ ଭଲ ବୋଲି ଉଲ୍ଲେଖ ଅଛି।

Image Courtesy of NDTV

‘ଆର୍‌ଆର୍‌ ଅକ୍ସନ୍‌ ହାଉସ୍‌’ ସୂଚନା ଦେଇଛି ଯେ, ନ୍ୟୁୟର୍କରେ ସରକାରୀ ବ୍ୟାପାରର ବିଶେଷଜ୍ଞ ଥିବା ରେଣ୍ଡି ଏଲ୍‌ କାପ୍‌ଲାନ୍‌ ଏହି ବଲ୍‌ଟିକୁ ରାଷ୍ଟ୍ରଦୂତ ୟେଲ୍‌ଚେଙ୍କୋଙ୍କ ଠାରୁ ଉପହାର ଭାବେ ପାଇଥିଲେ। ବେସ୍‌ବଲ୍‌ଟିକୁ ନିଲାମ ଧରିବାର ଶେଷ ତାରିଖ ହେଉଛି ମେ ୧୧। ଏଥିରୁ ଉପାର୍ଜିତ ଅର୍ଥରୁ କିଛି ଅର୍ଥ ସେ ସମବେଦନା ଜଣାଇବାସୂତ୍ରରେ ‘ୟୁକ୍ରେନୀୟ ରିଲିଫ୍‌ ଫଣ୍ଡ୍‌’କୁ ଦେବେ ବୋଲି କହିଛନ୍ତି। ‘ଆର୍‌ଆର୍‌ ଅକ୍ସନ୍‌’ ମଧ୍ୟ ନିଜ ଲାଭରୁ କିଛି ଅଂଶ ଉକ୍ତ ରିଲିଫ୍‌ ଫଣ୍ଡ୍‌କୁ ଦେବ ବୋଲି କହିଛି।

ସମ୍ବନ୍ଧିତ ଖବର