ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ହେତୁ ଗତ ଦଶ ଦିନ ମଧ୍ୟରେ ୟୁକ୍ରେନ୍ରୁ ସର୍ବାଧିକ ୧.୫ ମିଲିଅନରୁ ଊର୍ଧ୍ବ ଜନସାଧାରଣ ପଡ଼ୋଶୀ ରାଷ୍ଟ୍ରକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ସ୍ଥାନାନ୍ତରଣ ବେଳେ ଅନେକ ବୟସ୍କ ଏବଂ ଶିଶୁଙ୍କ ହୃଦୟ ବିଦାରକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଅନେକ ଉତ୍ତେଜନାମୂଳକ ଏବଂ ହୃଦୟ ବିଦାରକ ଦୃଶ୍ୟ ଭିତରେ ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକି ଆପଣଙ୍କୁ ଭାବପ୍ରବଣ କରିବାରେ ସମର୍ଥ ହେବ।
ଭିଡିଓରେ ଦେଖିବାକୁ ମିଳିଛି ଯେ ରୁଷ୍ର ଆକ୍ରମଣ ପରେ ୟୁକ୍ରେନ୍ ଛାଡ଼ିଥିବା ୭ ବର୍ଷର ଝିଅ ଆରିନାଙ୍କର ରୋମାନିଆର ଏକ ଶରଣାର୍ଥୀ ଶିବିରରେ ଜନ୍ମଦିନ ପାଳନ କରାଯାଉଛି। କୁନି ଝିଅଟିର ଜନ୍ମଦିନ ବୋଲି ଜାଣିପାରି ଜନ୍ମଦିନ ଆୟୋଜନ କରିଛନ୍ତି ସ୍ବେଚ୍ଛାସେବୀ ତଥା ଜରୁରୀକାଳୀନ ସେବା କର୍ମଚାରୀ।
View this post on Instagram
ସ୍ବେଚ୍ଛାସେବୀମାନେ ଆରିନା ଥିବା ତମ୍ବୁକୁ ବେଲୁନ୍ରେ ସଜାଇବା ସହ ତାଙ୍କ ପାଇଁ ଜନ୍ମଦିନ ଗୀତ ଗାଇ ଶୁଭେଚ୍ଛା ଜଣାଇଥିଲେ। ଏପରି ଏକ ଅପରିସ୍ଥିତିରେ ନିଜ ପାଇଁ ଏତେ ଆୟୋଜନ ଦେଖିବା ପରେ ଖୁସିରେ ନାଚି ଉଠିଥିଲେ ଆରିନା।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଟିରେ ସ୍ବେଚ୍ଛାସେବୀମାନେ କ୍ୟାପ୍ସନ ଦେଇଛନ୍ତି, ‘୭ ବର୍ଷୀୟା ୟୁକ୍ରେନ୍ ଝିଅର ରୋମାନିଆର ଏକ ଶରଣାର୍ଥୀ ଶିବିରରେ ଜନ୍ମଦିନ ପାଳନ କରାଯାଉଛି। ଆସନ୍ତୁ ଏକତ୍ରିତ ହେବା। ଜନ୍ମଦିନରେ ଆରିନାଙ୍କୁ ଶୁଭେଚ୍ଛା ଜଣାଇବା। ସହଯୋଗୀମାନଙ୍କୁ ଧନ୍ୟବାଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Birthday-Celebration-in-Refugee-Camp_Thumbnail.jpg)