ନୂଆଦିଲ୍ଳୀ : ୟୁକ୍ରେନରେ ରୁଷ୍ର ଆକ୍ରମଣକୁ ନିନ୍ଦା କରି ଜାତିସଂଘ ମହାସଭାରେ ଆଜି ଏକ ପ୍ରସ୍ତାବ ଅଣାଯାଇ ଭୋଟ୍ ଗ୍ରହଣ ହୋଇଥିଲା। କିନ୍ତୁ ଭାରତ ଏହି ପ୍ରସ୍ତାବ ଉପରେ ମତଦାନରୁ ବିରତ ରହିଛି। ୧୪୧ ରାଷ୍ଟ୍ର ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୩୨ ରାଷ୍ଟ୍ର ଭୋଟ୍ ଦେବାରୁ ବିରତ ରହିଥିଲେ। ରୁଷ୍ ସମେତ ୭ଟି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ। ରୁଷ୍- ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ଏହାର ପୂର୍ବ ଆଭିମୁଖ୍ୟରେ କାଏମ ରହିଛି। ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ହିଁ ଏକମାତ୍ର ସମାଧାନ ବୋଲି ଭାରତ କହିଛି। ଆମେରିକା ଓ ୟୁକ୍ରେନ ସମେତ ଅନେକ ରାଷ୍ଟ୍ର ଭାରତକୁ ରୁଷ୍ ବିରୋଧୀ ନୀତି ଅବଲମ୍ବନ କରିବାପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ଭାରତ କୌଣସି ଚାପରେ ଆଦୌ ଫସିନାହିଁ। ଭାରତ ରୁଷ୍କୁ ସିଧାସଳଖ ସମାଲୋଚନା ନ କରିବା ସଂକ୍ରାନ୍ତ ଏହାର ରଣନୀତିରେ କାଏମ ରହିଛି। ଅତୀତରେ ମଧ୍ୟ ଭାରତ ୟୁଏନଜିଏ ଏବଂ ୟୁଏନ୍ଏସିରେ ରୁଷ୍ ବିରୋଧରେ ଆସିଥିବା ଅନେକ ପ୍ରସ୍ତାବ ଉପରେ ଭୋଟିଂରୁ ବିରତ ରହିଥିଲା। ଅନ୍ୟପକ୍ଷରେ ଆଜି ଜାତିସଂଘରେ ଏହି ରୁଷ୍ ବିରୋଧୀ ଭୋଟିଂ ପରେ ଆର୍ଥିକ ଅପରାଧ ଉପରେ ନଜର ରଖୁଥିବା ସଂସ୍ଥା ଏଫ୍ଏଟିଏଫ୍ (ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ) ମଧ୍ୟ ରୁଷ୍ରୁ ଏହାର ସଦସ୍ୟତାରୁ ହଟାଇଦେଇଥିବା ଘୋଷଣା କରିଛି।
ଜାତିସଂଘରେ ରୁଷ୍ ବିରୋଧରେ ଭୋଟିଂ: ପୁଣିଥରେ ବିରତ ରହିଲା ଭାରତ
/sambad/media/post_attachments/wp-content/uploads/2023/02/65dg4j654dggjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)