ନୂଆଦିଲ୍ଲୀ: ମେ’ ୨୩ ସକାଳ ୮ରେ ଲୋକସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ଦ୍ବାରା ଭୋଟ ଗଣନା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କମିସନ୍ଙ୍କ କହିବା ଅନୁଯାୟୀ ମେ’ ୨୩ ସକାଳ ୮ଟାରେ ଭୋଟ୍ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥର ଇଭିଏମ୍ ଭୋଟ୍ ସହିତ ପ୍ରତି ନିର୍ବାଚନ ମଣ୍ଡଳୀରେ ୫ଟି ଭିଭିପିଏଟି ମେସିନ୍ର ସ୍ଲିପ୍ ମଧ୍ୟ ଗଣତି ହେବ। ଚଳିତ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଭୋଟର ଫଳାଫଳ ପାଇଁ ଭୋଟର ହେଲ୍ପଲାଇନ୍ ଆପ୍ ମଧ୍ୟ ଲଞ୍ଚ କରାଯାଇଛି।
ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ
/sambad/media/post_attachments/wp-content/uploads/2019/05/ballot-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)