ଇସ୍ଲାମାବାଦ:  ପାକିସ୍ତାନ ନିର୍ବାଚନରେ ଏକ ବଡ଼ ଓଲଟପାଲଟ ହେବାକୁ ଯାଉଛି । ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଇମ୍ରାନ ଖାଁଙ୍କ ସମର୍ଥକମାନେ ଆଗୁଆ ରହିଛନ୍ତି। ୨୬୫ ଆସନରୁ ୧୭୭ ଟି ଆସନ ପାଇଁ ଟ୍ରେଣ୍ଡ ଜଣାପଡ଼ିଥିବାବେଳେ ସେଥିରୁ ପିଟିଆଇକୁ ୧୧୧ଟି ଆସନରେ ଆଗୁଆ ଥିବାବେଳେ ପିଏମଏଲ ୪୨ ଏବଂ ପିପିପିକୁ ୨୪ ଆସନରେ ଆଗୁଆ ରହିଛି ।

Advertisment

ତେବେ ଲୋକଙ୍କ ପ୍ରବଳ ସମର୍ଥନ ସତ୍ତ୍ବେ ଇମ୍ରାନ ଖାଁ ପୁଣି ପ୍ରଧାନମନ୍ତ୍ରୀ ହେବା ନେଇ ସଂଦେହ ରହିଛି । କାରଣ ତାଙ୍କୁ ବିଭିନ୍ନ ମାମଲାରେ ଜେଲଦଣ୍ଡ ହେବା ସହ ନିର୍ବାଚନ ଲଢିବା ଉପରେ କଟକଣା ଲଗାଯାଇଛି । ଏପରିକି ତାଙ୍କ ଦଳ ପିଟିଆଇର ନିର୍ବାଚନ ଚିହ୍ନକୁ ଛଡ଼େଇ ନିଆଯାଇଛି । ପାକିସ୍ତାନର ସେନା ଇମ୍ରାନଙ୍କ ବିରୋଧରେ ଥିବାରୁ ସରକାର ଗଢିବା ଇମ୍ରାନଙ୍କ ପାଇଁ କଷ୍ଟକର ହୋଇପାରେ ।

ପାକିସ୍ତାନଗୃହ ମନ୍ତ୍ରଣାଳୟ କହିଛି ଯେ ଭୋଟ୍ ଗଣତି ଚାଲିଥିବାରୁ ସେଲୁଲାର ସେବା ଆଂଶିକ ଭାବେ ଚାଲୁ କରାଯାଇଛି। ରାତି ୮ଟା ପରେ ଏକ୍ସରେ ପ୍ରକାଶିତ ଏକ ପୋଷ୍ଟରେ କୁହାଯାଇଛି ଯେ ଭାକ୍କର, ସରଗୋଧା, ତକ୍ଷଶିଳା, ଗୁଜର ଖାନ୍ ଚକ୍ରି, ଲୋର୍ଲାଇ, ସିବି, ଝଲ୍ ମାଗି ଏବଂ ମାଲିର ଏବଂ କରାଚିବ୍ୟତୀତ ସମଗ୍ର ସିନ୍ଧରେ ସେଲୁଲାର ସେବା ପୁନରୁଦ୍ଧାର କରାଯାଇଛି।