ବଦଳିଲା ସିକ୍କିମ, ଅରୁଣାଚଳର ଭୋଟ ଗଣତି ତାରିଖ, ୪ ଜୁନ ପରିବର୍ତ୍ତେ ୨ ଜୁନରେ ହେବ ଗଣତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଶନିବାର ନିର୍ବାଚନ ଆୟୋଗ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ସହ ଜୁନ୍ ୪ ତାରିଖରେ ଲୋକସଭା ଓ ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି କହିଛନ୍ତି। କିନ୍ତୁ କମିଶନ ଏବେ ଏହାକୁ ବଦଳାଇ ଦେଇଛନ୍ତି। ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ ଜୁନ୍ ୨ରେ ପ୍ରକାଶ ପାଇବ। ଏହାର କାରଣ ହେଉଛି ଏହି ୨ଟି ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଜୁନ ୨ରେ ହିଁ ଶେଷ ହେଉଛି । ଏହି କାରଣରୁ ଗଣତି ତାରିଖ ବଦଳାଯାଇଛି ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବ। ଏପ୍ରିଲ ୧୯ତାରିଖରେ ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଉଭୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଗୋଟିଏ ଦିନରେ ମତଦାନ ହେବ । କିନ୍ତୁ ଗଣତି ଜୁନ ୪ରେ ହେବାକୁ ଥିଲା । କିନ୍ତୁ ଏବେ ନିର୍ବାଚନ କମିଶନ ଏହାକୁ ବଦଳାଇ ଦେଇଛନ୍ତି। ଏବେ ଲୋକସଭା ନିର୍ବାଚନ ଫଳାଫଳ ଆସିବାର ୨ ଦିନ ପୂର୍ବରୁ ବିଧାନସଭା ନିର୍ବାଚନର ଫଳାଫଳ ଆସିବ। କିନ୍ତୁ ଜୁନ୍ ୪ତାରିଖରେ ଏହି ଦୁଇଟି ରାଜ୍ୟରେ ଥିବା ଲୋକସଭା ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର