ନିଜ ଝିଅର ବାହାଘର କାର୍ଡରେ ଏହା ଲେଖି ମୋଦୀଙ୍କୁ ଭୋଟ୍‌ ଦେବା ଲାଗି ନିବେଦନ କରିଲେ କନ୍ୟାପିତା

ପାଟନା:ବିହାରର ସିଓ୍ଵାନ୍‌ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ଝିଅର ବାହାଘର କାର୍ଡରେ ମୋଦୀଙ୍କୁ ଭୋଟ୍‌ ଦେବା ଲାଗି ନିବେଦନ କରି ଚର୍ଚ୍ଚିତ ହୋଇଛନ୍ତି। ସିଓ୍ଵାନ ଜିଲ୍ଲାର ଅଶୋକ ସିଂହ ନିଜ ଝିଅର ବାହାଘରରେ ଯୋଗ ଦେଉଥିବା ଅତିଥିମାନଙ୍କୁ କୌଣସି ଉପହାର ନ ଆଣି ତା’ ଜାଗାରେ ଭାରତୀୟ ଜନତା ପାର୍ଟିକୁ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। ସେ ନିଜ ଝିଅର ବାହାଘର କାର୍ଡ ଉପରେ ଲେଖାଇଛନ୍ତି ‘ ଆମ ଝିଅ ପାଇଁ ଆର୍ଶୀବାଦ ସ୍ୱରୂପ ରାଷ୍ଟ୍ରର କଲ୍ୟାଣ ଲାଗି ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦିଅନ୍ତୁ।’

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଶୋକ ସିଂହଙ୍କ ଝିଅର ବାହାଘର ଏଇ ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେଉଛି। ଅବଶ୍ୟ ଏଭଳି ଘଟଣା ଦେଶରେ ପ୍ରଥମ ନୁହେଁ। କାରଣ ଆଗରୁ ବି କେତେକ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦେବା ଲାଗି ଏଭଳି ନିମନ୍ତ୍ରଣ କାର୍ଡ ଛପାଇଛନ୍ତି। ଗୁଜୁରାଟର ଏକ ଦଂପତି ପ୍ରଶଂସା କରି ନିଜର ବାହାଘରରର ନିମନ୍ତ୍ରଣ କାର୍ଡ ଛପାଇଥିଲେ । ସେମାନେ ଲେଖିଥିଲେ ‘ କିପ୍‌ କାମ୍‌ ଆଣ୍ଡ ଟ୍ରଷ୍ଟ ୍‍ନମୋ’। ଶାନ୍ତ ରୁହନ୍ତୁ ଓ ମୋଦୀଙ୍କ ଉପରେ ବିଶ୍ୱାସ ରଖନ୍ତୁ।

ସମ୍ବନ୍ଧିତ ଖବର