ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ୫୫ଟି ଆସନ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ମତଦାତା। ଏବେ ମତଦାନ ଶେଷ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୟୁପିରେ ୬୦.୪୪ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ୟୁପି ସହ ଉତ୍ତରାଖଣ୍ଡ-ଗୋଆରେ ସମସ୍ତ ଆସନ ପାଇଁ ଆଜି ମତଦାନ ହୋଇଥିଲା। ଗୋଆରେ ୬୦ଟି ବିଧାନସଭା ଆସନ ପାଇଁ ଭୋଟରମାନେ ଭୋଟ୍ ଦେଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ସେଠାରେ ୭୫.୨୯ପ୍ରତିଶତ ମତଦାନ ହୋଇଛି। ଏହା ସହ ଉତ୍ତରାଖଣ୍ଡରେ ୫୯.୩୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ୟୁପିରେ କେଉଁଠି କେତେ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି।

Advertisment

ଆମ୍ରୋହା - ୬୬.୧୫%
ବରେଲି - ୫୭.୬୮%
ବିଜନୌର- ୬୧.୪୪%
ବଦାୟୁ - ୫୫.୯୮% |
ମୁରାଦାବାଦ -୬୪.୫୨%
ରାମପୁର - ୬୦.୧୦%
ସହାରନପୁର - ୬୭.୦୫%
ସମ୍ଭଲ -୫୬.୮୮%
ଶାହାଜାହାନପୁର - ୫୫.୨୦%

Election 2022 vote percentage in UP Uttarakhand Goa polls BJP AAP Congress SP BSP abplive

ଉତ୍ତରାଖଣ୍ଡରେ କେଉଁଠି କେତେ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି।

ଆଲମୋଡା - ୫୦.୬୫%
ବାଗେଶ୍ୱର -୫୭.୮୩%
ଚମୋଲି - ୫୯.୨୮%
ଚମ୍ପାବତ - ୫୬.୯୭%
ଡେରାଡୁନ -୫୨.୯୩%
ହରିଦ୍ୱାର -୬୭.୫୮%
ନୈନିତାଲ - ୬୩.୧୨%
ପୌଡି ଗଡୱାର୍ - ୫୧.୯୩%
ପିଥୋରାଗଡ - ୫୭.୪୯%
ରୁଦ୍ରପ୍ରୟାଗ - ୬୦.୩୬%
ଟିହରୀ ଗଡବାଲ - ୫୨.୬୬%
ଉଦ୍ଧମ ସିଂ ନଗର - ୬୫.୧୩%
ଉତ୍ତରକାଶୀ - ୬୫.୫୫%

ଯଦି ଆମେ ଉତ୍ତର ଗୋଆ ବିଷୟରେ କହିବା, ତେବେ ୭୫.୩୩ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଦକ୍ଷିଣ ଗୋଆରେ ୭୫.୨୬ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଛି।