ନୂଆଦିଲ୍ଲୀ: ଦେଶର ଭୋଟର ତାଲିକା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆସିବାକୁ ଯାଉଛି । ଦେଶର ଭୋଟରମାନଙ୍କୁ ଦିଆଯାଇଥିବା ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ ହେବ ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଧାର ଓ ଭୋଟର ପରିଚୟପତ୍ର ସଂଯୋଗ ନେଇ ନିର୍ବାଚନ କମିଶନର ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ୍ ଶୀଘ୍ର ଆଧାର କାର୍ଡ ପ୍ରଦାନ କରୁଥିବା ସଂସ୍ଥା ୟୁଆଇଡିଏଆଇ ଓ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ।
ୟୁଆଇଡିଏଆଇର ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଭୋଟର ପରିଚୟ ପତ୍ର ସହ ଆଧାରକୁ କିପରି ଲିଙ୍କ କରାଯାଇପାରିବ ସେ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ନିର୍ବାଚନ ଆୟୋଗ ଏବଂ ଆଧାର କାର୍ଡ ପ୍ରଦାନ କରୁଥିବା ଏଜେନ୍ସି ୟୁଆଇଡିଏଆଇର ଅଧିକାରୀମାନେ ଏକାଠି ବସି ଭୋଟର ପରିଚୟ ପତ୍ର ଓ ଆଧାର ସଂଯୋଗ ଯୋଜନାକୁ କିପରି ଆଗକୁ ବଢ଼ାଇପାରିବେ ସେ ନେଇ ସମସ୍ତ ବୈଷୟିକ ଦିଗ ଉପରେ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/18/cfHNqCzIRmeabpaUHodZ.jpeg)