ପାଟନା: ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମାପ୍ତ ହେବା ପରେ ଚୂଡ଼ାନ୍ତ ଭୋଟର କାଲିକା ପ୍ରକାଶ ପାଇଛି । ତାଲିକାରେ ପ୍ରାୟ ୧୪ ଲକ୍ଷ ନୂଆ ଭୋଟର ଯୋଡ଼ାଯାଇଛନ୍ତି । ଭୋଟରମାନେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଲିଙ୍କ୍ https://voters.eci.gov.in/ ମାଧ୍ୟମରେ ଭୋଟର ତାଲିକାରେ ସେମାନଙ୍କର ନାମ ଦେଖିପାରିବେ।"

Advertisment

 ନିର୍ବାଚନ କମିସନଙ୍କ ଅନୁଯାୟୀ, ଯେକୌଣସି ଭୋଟର ସେମାନଙ୍କର ଏପିକ୍ ନମ୍ବର (ଭୋଟର ପରିଚୟ ପତ୍ର ସଂଖ୍ୟା) ପ୍ରବେଶ କରି ଭୋଟର ତାଲିକାରେ ସେମାନଙ୍କର ନାମ ଯାଞ୍ଚ କରିପାରିବେ। ଫର୍ମ ୬ ପୂରଣ କରିଥିବା ଏବଂ ପରିଚୟ ପ୍ରମାଣ ପ୍ରଦାନ କରିଥିବା ଲୋକଙ୍କ ନାମ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ରାଜ୍ୟରେ ଏସଆଇଆର ଚାଲିଥିବା ସମୟରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ବିରୋଧ କରିଥିଲେ । ଭୋଟର ତାଲିକାରୁ ବୈଧ ଭୋଟରମାନଙ୍କ ନାମ କଟାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା ।  ଏହା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା । ତେବେ ସୁପ୍ରିମକୋର୍ଟ କେତେକ ସର୍ତ୍ତ ସହିତ ଏସଆଇଆରକୁ ଅନୁମତି ଦେଇଥିଲେ ।