ଭୋଟର ତାଲିକା-ଆଧାର ଲିଙ୍କ୍ ଖୁବ ଶୀଘ୍ର

ନୂଆଦିଲ୍ଲୀ : ଭୋଟର ତାଲିକା ସହ ଲିଙ୍କ୍ ହେବ ଭୋଟର ତାଲିକା । ଏ ନେଇ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ କୁମାର ।

ସେ କହିଛନ୍ତି ଯେ ନିଜର ଆଧାର ନମ୍ବର ପ୍ରଦାନ କରିବା ଭୋଟରମାନଙ୍କ ପାଇଁ ଇଚ୍ଛାଧୀନ ହେବ । କିନ୍ତୁ ଯଦି ଏଥିପାଇଁ ସେମାନେ ମନା କରିବେ ସେଥିପାଇଁ ଯଥେଷ୍ଟ କାରଣ ଦର୍ଶାଇବେ ।

ଆଜି ଅବସର ଗ୍ରହଣ କରୁଥିବା ଶୁଶୀଲ କୁମାର କହିଛନ୍ତି ଯେ ତାଙ୍କ ଅମଳରେ ସେ ଦୁଇଟି ସଂସ୍କାର ଆଣିଥିଲେ । ପ୍ରଥମଟି ହେଉଛି, ବର୍ଷକୁ ୪ ଥର ଭୋଟର ତାଲିକା ସଂଶୋଧନ ଓ ଭୋଟର ତାଲିକା ସହ ଆଧାର ଲିଙ୍କ୍ । ପୂର୍ବରୁ କେବଳ ଜାନୁଆରି ମାସରେ ଭୋଟର ତାଲିକା ସଂଶୋଧନ କରିହେଉଥିଲା । ଯେଉଁମାନେ ବର୍ଷର ଅନ୍ୟ ସମୟରେ ୧୮ ବର୍ଷ ବୟସରେ ପହଞ୍ଚୁଥିଲେ ସେମାନଙ୍କୁ ଜାନୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ଭୋଟର ତାଲିକାରେ ଏହି ଅତ୍ୟାବଶ୍ୟକ ସଂସ୍କାର ଗତ ୨୦ ବର୍ଷ ହେଲା ହୋଇପାରୁନଥିଲା ବୋଲି ସେ କହିଛନ୍ତି ।

ସେହିପରି ଭୋଟର ତାଲିକା ସହ ଆଧାର ଲିଙ୍କ ହେବା ଦ୍ବାରା ନକଲି ଭୋଟର କିମ୍ବା ଏକାଧିକ ସ୍ଥାନର ଭୋଟର ତାଲିକାରେ ନାଁ ଥିବା ଭୋଟରମାନଙ୍କୁ ଚିହ୍ନଟ କରିହେବ ।

ସମ୍ବନ୍ଧିତ ଖବର