ପ୍ରକାଶ ପାଇଲା ଭୋଟର ତାଲିକା: ଭାରତରେ ମୋଟ ଭୋଟରଙ୍କ ସଂଖ୍ୟା ୯୫୨୪୮୧୪୫୯

ଦେଶରେ ସର୍ବାଧିକ ଭୋଟର ଉତ୍ତର ପ୍ରଦେଶରେ ଥିବା ବେଳେ ଓଡିଶାରେ ରହିଛନ୍ତି ୩୩୦୩୩୨୦୯ ଜଣ

ନୂଆଦିଲ୍ଲୀ: ଭାରତରେ ଜାନୁଆରୀ ୧, ୨୦୨୨ ସୁଦ୍ଧା ଭୋଟରଙ୍କ ସଂଖ୍ୟା ରହିଛି ୯୫୨୪୮୧୪୫୯। ଭାରତୀୟ ନିର୍ବାଚନ ଆୟୋଗଙ୍କ ସଦ୍ୟତମ ତଥ୍ୟରୁ ଏହା ଜଣାପଡିଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଡାଟା ଆଧାରରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ତଥ୍ୟରେ ତିନୋଟି କ୍ୟାଟୋଗରି-ସାଧାରଣ ଭୋଟର, ଅଭରସିସ ଭୋଟର ଓ ସର୍ଭିସ ଭୋଟର ଅନ୍ତର୍ଗତ ଦେଶରେ ଭୋଟର ସଂଖ୍ୟାକୁ ଦର୍ଶାଯାଇଛି।

ସାଧାରଣ ଭୋଟର କ୍ୟାଟୋଗରିରେ ଦେଶରେ ସମୁଦାୟ ୯୫୦୪୪୬୫୫୧ ଭୋଟର ଅଛନ୍ତି ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୮୯୯୦୬୮୭୪, ମହିଳା ଭୋଟରଙ୍କ ସଂଖ୍ୟା ୪୬୦୪୯୩୭୯୬ ଓ ତୂତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୪୫୮୮୧ ରହିଛି। ସେହିଭଳି ଅଭରସିସ ଭୋଟର ବର୍ଗରେ ସମୁଦାୟ ୧୨୨୨୦୦ ଭୋଟର ରହିଛନ୍ତି ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧୦୮୭୩୨, ମହିଳା ଭୋଟରଙ୍କ ସଂଖ୍ୟା ୧୩୪୫୧ ଏବଂ ତୂତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୧୭ ରହିଛି। ସର୍ଭିସ କ୍ୟାଟୋଗରିରେ ସମୁଦାୟ ୧୯୧୨୭୦୮ ଭୋଟର ଅଛନ୍ତି ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୮୪୫୩୨୫ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୬୭୩୮୩ ରହିଛି।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ଦେଶରେ ସର୍ବାଧିକ ଭୋଟର ଉତ୍ତର ପ୍ରଦେଶରେ ରହିଛନ୍ତି। ଉତ୍ତର ପ୍ରଦେଶରେ ଭୋଟରଙ୍କ ସଂଖ୍ୟା ରହିଛି ୧୫୦୫୮୩୮୭୯। ଅପରପକ୍ଷେ, କେନ୍ଦ୍ର ଶାସିତ ଅଂଚଳ ଲକ୍ଷଦ୍ବିପରେ ଭୋଟରଙ୍କ ସଂଖ୍ୟା ସର୍ବନିମ୍ନ ୫୬୨୬୯ ରହିଛି।

ଭାରତୀୟ ନିର୍ବାଚନ ଆୟୋଗଙ୍କ ସଦ୍ୟତମ ତଥ୍ୟ ଅନୁସାରେ ଓଡିଶାରେ ମୋଟ ୩୩୦୩୩୨୦୯ ଭୋଟର ରହିଛନ୍ତି। ଏଥିରେ ସାଧାରଣ ଭୋଟର ବର୍ଗରେ ସମୁଦାୟ ୩୨୯୮୩୨୮୧ ଭୋଟର ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୬୭୯୬୪୫୯, ମହିଳା ଭୋଟରଙ୍କ ସଂଖ୍ୟା ୧୬୧୮୩୭୯୭ ଓ ତୂତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୦୨୫ ରହିଛି। ସେହିପରି ଅଭରସିସ ଭୋଟରଙ୍କ ମୋଟ ସଖ୍ୟା ୧୮୮ ରହିଛି। ଏଥିରେ ପୁରଷ ଭୋଟରଙ୍କ ସଂଖ୍ୟା ୧୪୪ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୩୮ ରହିଛି। ସର୍ଭିସ ଭୋଟର କ୍ୟାଟୋଗରିରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୪୯୭୪୬ ଯେଉଁଥିରେ ପୁରଷ ଭୋଟରଙ୍କ ସଂଖ୍ୟା ୪୭୫୬୦ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୨୧୮୬ ରହିଛି ବୋଲି ନିର୍ବାଚନ ଆୟୋଗଙ୍କ ତଥ୍ୟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର