ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ସକାଳ ୮ଟାରେ ଆରମ୍ଭ ହୋଇଥିବା ମତଦାନ ପାଇଁ ବୁଥ୍କୁ ସ୍ୱଳ୍ପ ସଂଖ୍ୟକ ଭୋଟର୍ ଆସୁଛନ୍ତି। ସନ୍ଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ।
ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟର ୮୯ଟି ନିର୍ବାଚନ ମଣ୍ଡଳୀରେ ୯୭୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୌଣସି ଅପ୍ରୀତିକର ଘଟନା ଏଡ଼ାଇବା ପାଇଁ ଏବଂ ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ସମଗ୍ର ରାଜ୍ୟରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି।
ସୁରୁଖୁରୁରେ ନିର୍ବାଚନ କରାଇବା ପାଇଁ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ନିରାପତ୍ତା ରକ୍ଷୀଙ୍କୁ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି।
ଶନିବାର ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଅଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ସେ ପଶ୍ଚିମ ରାଜକୋଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତା’ଛଡ଼ା କଂଗ୍ରେସ ଦଳର ଶକ୍ତିସିଂହ ଗୋହଲି ଏବଂ ପରେଶ ଧନାନି ମଧ୍ୟ ନିର୍ବାଚନ ଲଢୁଛନ୍ତି।
CM Vijay Rupani casts his vote in Rajkot. He is contesting against Congress’ Indranil Rajyaguru from Rajkot-West seat #GujaratElection2017pic.twitter.com/d38IIAPs0v
— ANI (@ANI) December 9, 2017
Courtesy of ANI
ବାକି ୯୩ଟି ବିଧାନସଭା ଆସନ ପାଇଁ ଡିସେମ୍ବର ୧୪ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୧୮ ତାରିଖରେ ଭୋଟ୍ ଗଣତି ଆରମ୍ଭ କରାଯିବ।