ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ନିର୍ବାଚନର ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ରେକର୍ଡ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଆଜି ସକାଳେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଆଜି ଉତ୍ତର ପ୍ରଦେଶରେ ଗଣତନ୍ତ୍ର ମହାଯଜ୍ଞର ପୂର୍ଣ୍ଣାହୁତି ଦିବସ। ସମସ୍ତ ଭୋଟର୍ଙ୍କୁ ଅନୁରୋଧ ସେମାନେ ବିଧାନସଭା ନିର୍ବାଚନର ୭ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍ରେ ପୂର୍ଣ୍ଣ ଉଚ୍ଛ୍ବାସରେ ଭାଗ ନେବା ସହିତ ଭୋଟ୍ ଦାନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରନ୍ତୁ।
ସୂଚନାଯୋଗ୍ୟ, ଆଜି ଉତ୍ତର ପ୍ରଦେଶରେ ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀ ସମେତ ୫୪ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏଥିରେ ୬୧୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
Image Courtesy of Zee Newsଆଜମ୍ଗଡ଼, ମଉ, ଜୌନପୁର, ଗାଜିପୁର, ଚନ୍ଦୌଲି, ବାରାଣସୀ, ମିର୍ଜାପୁର, ଭାଦୋହି ଏବଂ ସୋନଭଦ୍ରା ଜିଲ୍ଲାମାନଙ୍କରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଦାନ ଶେଷ ହେବା ପରେ ମାର୍ଚ ୧୦ ତାରିଖରେ ଭୋଟ୍ ଗଣନା ଆରମ୍ଭ ହେବ।
ବାରାଣସୀ ଉତ୍ତର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ରବୀନ୍ଦ୍ର ଜୟସୱାଲ୍ କହିଛନ୍ତି ଯେ, ବାରାଣସୀରେ ‘ବିଜେପି’ ସମସ୍ତ ଆସନରେ ବିଜୟୀ ହେବା ସହ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୩୫୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/up-vote-1.jpg)