ଏକଜିଟ୍‌ ପୋଲ୍‌ : ତ୍ରିପୁରାରେ ବାମପନ୍ଥୀଙ୍କ ଗଡ଼ ଭାଙ୍ଗିବ ବିଜେପି !

ନୂଆଦିଲ୍ଲୀ:  ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଭୋଟଗ୍ରହଣ ଶେଷ, ହୋଇଛି ।  ଏସବୁ ନିର୍ବାଚନ ଶେଷ ହେବା ପରେ ଏସବୁ ରାଜ୍ୟରେ କିଏ ସରକାର ଗଢିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।  କଣ ବାମପନ୍ଥୀଙ୍କ ଗଡ଼ ତ୍ରିପୁରାରେ ବିଜେପି ପ୍ରବେଶ କରିପାରିବ ? ମେଘାଳୟ ଓ ନାଗାଲାଣ୍ଡରେ କିଏ ଜିତିବ ? ଏସବୁ ପ୍ରଶ୍ନର ଉତ୍ତର ଆସନ୍ତା ୩ ତାରିଖରେ ଭୋଟଗଣତି ପରେ ଜଣାପଡ଼ିବ । ତେବେ ଭୋଟ ଗଣତି ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି । ଏକଜିଟ୍‌ ପୋଲ ପୂର୍ବାନୁମାନ ଅନୁଯାୟୀ  ବିଜେପି ତ୍ରିପୁରାରେ ବାମପନ୍ଥୀଙ୍କ ଗଡ଼ ଭାଙ୍ଗିବାକୁ ଯାଉଛି ।

ନ୍ୟୁଜ ଏକ୍ସ ଏକଜିଟ୍‌ ପୋଲ ଅନୁସାରେ ବିଜେପି-ଆଇପିଏଫଟି ମେଣ୍ଟ ତ୍ରିପୁରାରେ ୩୫ରୁ ୪୫ଟି ଆସନ ପାଇବ ଓ ଗତ ୨୫ ବର୍ଷ ଧରି ତ୍ରିପୁରାରେ ଶାସନ କରୁଥିବା ସିପିଏମ ମାତ୍ର ୧୪ରୁ ୨୩ଟି ଆସନ ପାଇବ । କିନ୍ତୁ ଆକ୍ସିସ-ମାଇ ଇଣ୍ଡିଆ ଅନୁସାରେ ବିଜେପି ମେଣ୍ଟ ତ୍ରିପୁରାରେ ୪୫ରୁ ୫୦ଟି ଆସନ ପାଇବ । ନାଗାଲାଣ୍ଡରେ ବିଜେପି ମେଣ୍ଟ ୨୭ରୁ ୩୨ଟି ଆସନ ପାଇବ ବୋଲି  ନ୍ୟୁଜ ଏକ୍ସ ଏକଜିଟ୍‌ ପୋଲ କହିଛି । ସେହିପରି ଏନପିଏଫ ୨୦ରୁ ୨୫ଟି  ଆସନ ପାଇବ । ଅନ୍ୟପକ୍ଷରେ ୬୦ ଆସନ ବିଶିଷ୍ଟ ମେଘାଳୟରେ ମଧ୍ୟ ବିଜେପିର ଆସନ ସଂଖ୍ୟା ୩୦ ଟପିବ ବୋଲି  ଆକ୍ସିସ-ମାଇ ଇଣ୍ଡିଆ ଏକଜିଟ ପୋଲ କହିଛି ।

ସମ୍ବନ୍ଧିତ ଖବର