ନୂଆଦିଲ୍ଲୀ, ୧୯/୨ : ପଂଜାବରେ ଆସନ୍ତାକାଲି (ରବିବାର) ଗୋଟିଏ ପର୍ଯ୍ୟାୟରେ ସମସ୍ତ ୧୧୭ ଆସନରେ ଭୋଟ୍ ଗ୍ରହଣ ହେବ। ୨.୧୪ କୋଟିରୁ ଅଧିକ ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୩୦୪ ପ୍ରାର୍ଥୀଙ୍କ ମଧ୍ୟରେ ୧୨୦୯ ପୁରୁଷ ପ୍ରାର୍ଥୀ ଥିବାବେଳେ ୯୩ ମହିଳା ପ୍ରାର୍ଥୀ ଅଛନ୍ତି। ସକାଳ ୭ଟାରେ ଭୋଟ୍ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହେବ। ରାଜ୍ୟରେ ୨୪,୬୮୯ ଭୋଟ୍ ଗ୍ରହଣ କେନ୍ଦ୍ର ରହିଛି। ପଂଜାବରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ଆସନରୁ ନିର୍ବାଚନ ଲଢ଼ୁଛନ୍ତି , ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ଅକାଳି ଦଳର ବିକ୍ରମ ସିଂହ ମାଜିଥିଆଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। କ୍ୟାପଟେନ ଅମରିନ୍ଦର ସିଂହ ପଟିଆଲାରୁ ନିର୍ବାଚନ ଲଢ଼ୁଥିବାବେଳେ ସୁଖବୀର ସିଂହ ବାଦଲ ଜଲାଲାବାଦ୍ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଆସନ୍ତାକାଲି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟରେ ୧୬ ଜିଲ୍ଲାର ୫୯ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବଏହି ପର୍ଯ୍ୟାୟରେ ମୋଟ୍ ୬୨୭ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୨.୧୫ କୋଟି ଲୋକ ସେମାନଙ୍କ ମତାଧିକାରୀ ସାବ୍ୟସ୍ତ କରିବେ। ତୃତୀୟ ପର୍ଯ୍ୟାୟରେ ହାଥରାସ, ଫିରୋଜାବାଦ, ଏଟା, କାସଗଂଜ , ମୈନପୁରୀ, ଫାରୁଖାବାଦ, କନୌଜ, ଏଟାୱା, ଔରେୟା, କାନପୁର ଗ୍ରାମୀଣ, କାନପୁର ନଗର, ଜଲୌନ, ଝାନ୍ସି, ଲଳିତପୁର, ହମିରପୁର ଏବଂ ମହୋବାରେ ଭୋଟ୍ ଗ୍ରହଣ ଅଛି। ତୃତୀୟ ପର୍ଯ୍ୟାୟରେ କରହଲ୍ ଆସନରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ବିଜେପି ଏହି ଆସନରୁ କେନ୍ଦ୍ର ମନ୍ତ୍ରୀ ଏସ୍ପି ସିଂହ ବାଘେଲଙ୍କୁ ପ୍ରାର୍ଥୀ କରିଛି।
ପଞ୍ଜାବରେ ଭୋଟ୍ ଆଜି: ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ୍
/sambad/media/post_attachments/wp-content/uploads/2022/02/voters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)