ରାଞ୍ଚି: ଆଜି ଝାଡଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏବଂ ଅପରାହ୍ନ ୩ଟାରେ ଏହା ଶେଷ ହେବ । ଆଜି ରାଜ୍ୟର ୬ଟି ଜିଲ୍ଲାର ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ଆରମ୍ଭ ହୋଇଛି । ନକ୍ସଲ ପ୍ରଭାବିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ପର୍ଯ୍ୟାୟରେ ମୋଟ ୩୭ ଲକ୍ଷ ୮୩ ହଜାର ମତଦାତା ୪ ହଜାର ୮୯୨ଟି ବୁଥରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

Advertisment

publive-image Photo-ani

ସେମାନେ ୧୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ । ଏଥିରେ ୧୫ ଜଣ ମହିଳା ପ୍ରାର୍ଥୀ ମଧ୍ୟ ରହିଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ମୋଟ ୩୫ ହଜାରରୁ ଅଧିକ ଯବାନ ଓ ଅର୍ଦ୍ଧ ସାମରିକ ବଳ ନିୟୋଜିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟର ମୋଟ୍ ୧୩ଟି ଆସନ ମଧ୍ୟରୁ ସର୍ବାଧିକ ଭୋଟର ଅଛନ୍ତି ଭବନାଥପୁରରେ ।

ଏଠାରେ ଭୋଟର ସଂଖ୍ୟା ୩ ଲକ୍ଷ ୭୮ ହଜାର ପ୍ରଥମ ପର୍ୟ୍ୟାୟ ଭୋଟ୍ ଥିବାବେଳେ ପ୍ରାର୍ଥୀମାନେ ଗତ ନଭେମ୍ବର ୧୩ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ପ୍ରାର୍ଥୀପତ୍ରକୁ ନଭେମ୍ବର ୧୪ ତାରିଖରେ ଯାଞ୍ଚ କରାଯାଇଥିଲା। ଏହାପରେ ୧୬ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ସମସ୍ତ ଦଳ ଗୁରୁବାର ନିଜର ପ୍ରଚାର ଶେଷ କରିଥିଲେ ।