ଶ୍ରୀନଗର: ଜମ୍ମୁ କାଶ୍ମରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏଠାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ଏହି କେନ୍ଦ୍ର ଶାସିତ ଅଞ୍ଚଳର ୨୬ଟି ନିର୍ବାଚନ ମଣ୍ଡଳୀରେ ଭୋଟରମାନେ ଉଚ୍ଚ ସୁରକ୍ଷା ମଧ୍ୟରେ ଦ୍ବିତୀୟ ପର୍ଯ୍ୟୟରେ ଭୋଟ୍ ଦେଉଛନ୍ତି।
ଅନ୍ୟ ୨୩୮ ପ୍ରାର୍ଥୀଙ୍କ ମଧ୍ୟରେ ଏହି ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅନ୍ୟତମ ବରିଷ୍ଠ ନେତା ଭାବେ ରହିଛି। ଆଜି ହିଁ ହେବ ତାଙ୍କର ଭାଗ୍ୟ ପରୀକ୍ଷା।
ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ସର୍ବାଧିକ ୨୬ ଜଣ ପ୍ରାର୍ଥୀ ଅଛନ୍ତି, ଏହା ପରେ ନେସ୍ନାଲ୍ କନ୍ଫରେନ୍ସର ୨୦, ବିଜେପିର ୧୭ ଏବଂ କଂଗ୍ରେସ ୬ ଜଣ ନିର୍ବାଚନ ଲଢୁଛନ୍ତି। ଏହାବ୍ୟତୀତ ସେଠାରେ ୧୭୦ ସ୍ୱାଧୀନ ଏବଂ ଅନ୍ୟ ପ୍ରାର୍ଥୀ ଅଛନ୍ତି।
ଯେଉଁ ଆସନରେ ଭୋଟ୍ ଗ୍ରହଣ କରାଯିବ ସେଥିରେ ରହିଛି କଙ୍ଗନ, ଗାନ୍ଦେରବାଲ୍, ହଜ୍ରାତବାଲ, ଖାନ୍ୟାର, ହବବାକଡାଲ, ଲାଲ ଚକ୍, ଚାନ୍ନାପୋରା, ଜାଡିବଲ୍, ଇଦ୍ଗା, ସେଣ୍ଟ୍ରାଲ୍ ସଲଟେଙ୍ଗ, ବୁଡଗାମ, ବେରୱା, ଖାନସାହିବ, ଚର-ଇ-ସରିଫ, ଚାଡୁରା, ଗୁଲାବଗଡ, ରେସି, ଶ୍ରୀ ମାତା ବୈଷ୍ଣୋ ଦେବୀ, କାଲାକୋଟେ-ସୁନ୍ଦରବାଣୀ, ନୗସେରା, ରାଜୌରୀ, ବୁଦ୍ଧଲ, ଥାନାମାଣ୍ଡି, ସୁରଙ୍କୋଟେ, ପୁଞ୍ଚ ହାଭେଲି ଏବଂ ମେନ୍ଦର।
ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାର ଏକ ସପ୍ତାହ ପରେ ଆଜିର ଭୋଟ୍ ହୋଇଛି। ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପ୍ରଥମ ନିର୍ବାଚନ ଏବଂ ରେକର୍ଡ ଭୋଟରଙ୍କ ସଂଖ୍ୟା ୬୦,୨୧ ପ୍ରତିଶତ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/O8kWnG37m3KqJoKqirWv.jpg)